Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saroj Kumar Jena

Fantasy Others

4  

Saroj Kumar Jena

Fantasy Others

ସାହା ହୁଅ ଭୋଳାନାଥ

ସାହା ହୁଅ ଭୋଳାନାଥ

2 mins
221



ଶୁଣ ପ୍ରଭୁ ଥରେ ଅଧମର ଦୁଃଖ 

     ତୁମେ ପ୍ରଭୁ ଭୋଳାନାଥ ,

ଆଜିର ସମୟେ ମୋହରି ତୁଣ୍ଡରେ

   ଯାଉ ନାହିଁ ମୁଠେ ଭାତ ।୧।

ଜନମରୁ ମୋତେ ମାତୃ ଗର୍ଭ ଠାରୁ

      ଦେଉଛ ଭାରୀ କଷଣ ,

ବଞ୍ଚିବା ମରିବା ସଂଘର୍ଷ ମଧ୍ୟରେ

      ଧରିଲି ତବ ଚରଣ ।୩।

ମାତୃ ଗର୍ଭରୁ ମୁହିଁ ଜନ୍ମିଲି ଯେବେ

   ହୋଇ ଥିଲି ଆଠ ମାସ ,

ଆଜିକା ଦିନରେ କହିଲେ ଏକଥା

    କରୁ ନାହାନ୍ତି ବିଶ୍ୱାସ ।୪।

ଭାରୀ ଅନାଟନେ କାଟିଛି ମୁହିଁ ମୁଁ

   ମୋର ବାଳୁତ ଜୀବନ ,

ବାମ କାନ୍ଧ ହାଡ଼ ଭାଙ୍ଗିଗଲା ଯେବେ

     କରିଥିଲି ମୁଁ ରୋଦନ ।୫।

ଡାକ୍ତର ବୋଲିଲେ ପାଞ୍ଚ ବର୍ଷ ପାଇଁ

  ଶୟନ କରିବୁ ଧ୍ୟାନେ ,

ବାମ କଡ଼ ମାଡ଼ି ଶୋଇବୁ ନାହିଁଟି

  ଏହାକୁ ରଖିବୁ ମନେ ।୬।

ଏତିକିରେ ଶାନ୍ତି ହେଲେ ନାହିଁ ପ୍ରଭୁ

    ଭରିଲେ କେତେ ଯନ୍ତ୍ରଣା ,

ବାମ ହସ୍ତ ଶିରା ହୋଇଲା ଯନ୍ତ୍ରଣା

      କଲିନାହିଁ ମନ ଉଣା ।୭।

ଅଧ୍ୟୟନ ନିମନ୍ତେ ଯାହାଥିଲା ଆଶା

     ତାହା ହେଲା ନାହିଁ ପୂର୍ଣ୍ଣ ,

ଚାକିରୀଟେ ପାଇଁ ପଚାରି ବୁଝିଲେ

      କହୁଥିଲେ ଲାଞ୍ଚ ଆଣ ।୮।

ଏମିତି ମଧ୍ୟରେ କାଟୁଥିଲି ଦିନ

     ଭରିଦେଲ ପ୍ରଭୁ ରୋଗ ,

ମୃତ୍ୟୁ ସହ ମୁହିଁ ସଂଘର୍ଷ କରିଣ

   ପାଉଥିଲି ତୁମ ଭୋଗ ।୯।

ଅର୍ଥର ଅଭାବେ ପରିବାର ମୋର

   କେହି ହେଲେ ନାହିଁ ସାହା ,

ରଜନୀ ବେଳାରେ ସପନ ଦେଖାଇ

    ମୋତେ ଦେଇଥିଲ ରାହା ।୧୦।

ଷୋଳ ସୋମବାର ବ୍ରତ ମୁଁ କରିଣ

   ପାଇଲି ନବ ଜୀବନ ,

ତଥାପି ପ୍ରଭୁହେ ମୋହରି ଜୀବନେ

 ଦୁଃଖ ଆସେ ଘନ ଘନ ।୧୧।

ପ୍ରେମ ବୋଲି କଣ ଜାଣି ମୁଁ ନଥିଲି

   ଆସିଲା ମୋର ଜୀବନେ ,

ସୁନ୍ଦରୀ ତନୟା ମୋହିତ କରିଣ

  ବନ୍ଧିନେଲା ତା ଯୌବନେ ।୧୨।

ଆଶାର ଆଲୋକ ଭରି ଦେଇ ମୋତେ

     କହେ ମଧୁର ବଚନ ,

ତୁମେ ଥିଲେ ପାଶେ ଲୋଡ଼ା ନାହିଁ ମୋର

 କିଛି ଧନ ଯଉବନ ।୧୩।

ଏକ ଦିନେ ମୁହିଁ ପ୍ରିୟାର ସିନ୍ଥିରେ

    ଭରିଲି ଟୋପେ ସିନ୍ଦୁର ,

ମନ୍ଦିର ବେଢ଼ାରେ ବୋଲିଲା ବଚନ

    କେବେ କରିବିନି ପର ।୧୪।

ସମୟ ସ୍ରୋତରେ ବଶୀଭୂତ ହୋଇ

  ହୋଇଲା ପରିବର୍ତ୍ତନ ,

ସବୁଦିନ ପାଇଁ ମୋତେ ପର କରି

   ଗଢ଼ିଲା ନବ ଜୀବନ। ୧୫।

ଏହି ସମୟରେ ଭାଙ୍ଗି ଦେଇ ଗଲା

      ମୋର ସରଳ ହୃଦୟ ,

ବୁଝିବାକୁ ଥିଲା ଯିଏ ମୋର ପାଶେ

   ମୋ ଠାରୁ ନେଲା ବିଦାୟ ।୧୬।

ପ୍ରଭୁ ଯେତେ ଦୁଃଖ ଦେଇଥିଲ ଖଞ୍ଜି

     କେବେ ଯେ ବାଧୀ ନଥିଲା ,

କାହିଁକି କେଜାଣି ଏତେ ଦୁଃଖ କଷ୍ଟ

    ମୋର ଭାଗ୍ୟରେ ଜୁଟିଲା ।୧୭।

ମୋର ପ୍ରେମ ଯଦି ମିଥ୍ୟା ହୋଇଥିବ

    ଶୁଣ ହେ ପ୍ରଭୁ ଶଙ୍କର ,

ମୋ ମନରେ ଯିଏ ଯନ୍ତ୍ରଣା ଭରିଛି

   ଉଜୁଡୁ଼ ତାର ସଂସାର ।୧୮।

ଆଜିଠାରୁ ପ୍ରଭୁ ତୁମରି ଛବିକୁ

    ବକ୍ଷେ ଧରିଣ ଶୋଇବି ,

ଯେଉଁ ଦିନ ପ୍ରଭୁ ସ୍ବପ୍ନାଦେଶ ହେବ

   ଷୋଳ ସୋମବାର କରିବି ।୧୯।

ଶେଷରେ ମିନତୀ କରୁଛି ତୁମ୍ଭଙ୍କୁ

   ଯଦିଓ ଆସେ କଷଣ ,

ବଞ୍ଚିବା ଅପେକ୍ଷା ତୁମ୍ଭରି ପାଶରେ

ହାରିଦେବି ମୋର ପ୍ରାଣ ।୨୦।

ନଚେତ ପ୍ରତିଜ୍ଞା କରୁଛି ଶଙ୍କର

   ଭାବିବି ତୁମେ ପାଷାଣ ,

କେବେ ଆଉ ତବ ଦର୍ଶନ ନିମନ୍ତେ

    ଛୁଇଁବି ନାହିଁ ଚରଣ ।୨୧।


Rate this content
Log in

Similar oriya poem from Fantasy