ସାଗରିକା
ସାଗରିକା
ଆଦରର ମୋ ସାଗରିକା
ତୁମେ ଆଜିବି ମୋ ହୃଦୟର ନିକଟତର
ଆଉ ପରିଚିତ ଜଣେ ମସଗୁଲ ମଣିଷ
ହେଇଥାଇ ପାରେ କୋରୋନାର ମହାତାଣ୍ଡବ
ହେଲେ ତୁମ ମତୁଆଲା ହସ ଆଗରେ
ଫିକା ପଡ଼ିଯାଏ କେତେଯେ ବହୁରୂପୀ ରଙ୍ଗ (୧)
ତୁମ ହସ ତୁମ କଥା
ଆଜିବି ଗୁମସୁମ ରହେ
ଏ ମନ ଭିତରେ
ତୁମ ପାଗଳାମି ତୁମ ଦୁଷ୍ଟାମୀକୁ
ମୁଁ ଝୁରେ ରିୟାଦର କୋଣଅନୁକଣରେ(୨)
ଜାଣେ ନା ତୁମେ କେବେ ଆସ
କେବେ ପୁଣି ଚାଲିଯାଅ
ଜାଣେ ନା ତୁମେ କାହିଁକି ଯେ
ତୁମ କଥା ମନେ ପଡେ
ଆଉ ଏତେ ଭାବେ ଯେବେ ଥାଏ
ତୁମେ ପାସେ ମୋ ଖୁସି କହିଲେ ନସରେ (୩)
ତୁମ ଠାରୁ ଦୂରେ ଥିଲେ
ତୁମ କଥା ଭାଳି ମରେ
ତୁମ ସ୍ମୃତି ଭାବି ଭାବି
ରାତିସାରା ଚେଇଁ ରହେ
ସେଥିପାଇଁ ଲେଟରେ ଉଠେ
ଆଉ ତୁମ ଫୁସୁରା ତାଗିଦାକୁ ସାଇତି ରଖେ
ରାତି ସାରା ସ୍ୱପ୍ନ ଦେଖେ
ତୁମକୁ ରାଣୀ ସଜାଏ
ରାତି ଦିନ ତୁମ ଛବି
କାହିଁକି ହୃଦୟ ଆଙ୍କେ
ଅଚିହ୍ନା ମୁହଁ ଭିତରେ(୪)
ମୋ ଆଖି ତୁମକୁ ଖୋଜେ
ଅଜଣା ସ୍ୱରରେ
ଜନ ଗହଳିରେ
ତୁମ ସ୍ୱର ବାରି ହୁଏ
ସେଇ ଚଳଚଞ୍ଚଳ ରାସ୍ତାରେ
କାହିଁଯେ ଏତେ ମନେପଡେ
ସବୁ ମୁହୂର୍ତ୍ତରେ
ଖାଇବା ଥାଳିରେ
ତଣ୍ଟିରେ ଲାଗେ
ତୁମେ ମନେ ପକେଇଲେ
ଅନେକ ଥର ପଚାରେ ନିଜକୁ
ମୁଁ ନିଜେ ହେଲେ ତ ବୁଝି ପାରେ ନା
କାହିଁକି ଏମିତି ହୁଏ
କେହି ଜଣେ କହିଦେଇ ଯାଏ
ମୁଁ ତୁମକୁ ଭଲପାଏ
ମୁଁ ତୁମକୁ ଭଲପାଏ
ମୁଁ ତୁମକୁ ଭଲପାଏ(୫)