STORYMIRROR

Sunanda Mohanty

Classics

3  

Sunanda Mohanty

Classics

ସାବିତ୍ରୀ

ସାବିତ୍ରୀ

1 min
222


ସେଇ ଶତାବ୍ଦୀ ର ଅତୀତ ପୃଷ୍ଠାରୁ 

ତମେ ଗୋ ରାଜଜେମା ସାବିତ୍ରୀ 

ନହୁଲି ବୟସୀ ହୋଇ 

ପ୍ରେମର ମହୁଲି ପିଇଲ ଏମିତି 

କାଳଜୟୀ ଗଲ ହୋଇ 

ସତ୍ୟବାନଙ୍କ ଠି କି ଦେଖିଲ ଦେବୀ 

ସବୁ ଜାଣିଶୁଣି ବରିନେଲ 

ମହାସତୀ ପରିଚୟ ଦେଇଗଲ 

ମନଦେଇ ଯୁଝିବାକୁ 

ପରାସ୍ତ କରିଲ ଜନ୍ତୁପତିଙ୍କୁ 

କି ଉପମା ଦେବି ବା ତୁମକୁ ଶଶୀ 


ଝିଲିମିଲି ଶାଢ଼ୀ 

ଖୋଜେ ଆଜି ନାରୀ 

ତୁମେ ଥିଲ ମହିୟସୀ 

ସତ୍ୟବାନଙ୍କ ଦେବଦାସୀ 

ଶାଶୁ ଶ୍ବଶୁରଙ୍କୁ ଅବଜ୍ଞା ନକରି 

ହେଲ ଅନ୍ୟ ଏକ ମଦାଳସୀ 


ତୁମ ଅଳସୀ ନୟନେ 

କେବେ ବି ସ୍ବପନେ

 ଆସି ତ ନଥିବେ କେହି 

ଅବା କାହା ଛାଇ 

ପତିଭକ୍ତି ତୁମ ନିଷ୍ଠା ପରାକାଷ୍ଠା

 ଶିଖାଇଗଲ ଏ ମହୀ 

ସିନ୍ଦୁରେ ସିନ୍ଦୁରା ଫିଟିଲା ସୁନ୍ଦରୀ 

ସୌନ୍ଦର୍ଯ୍ୟରେ ବିଭାବରୀ ଗଲା ଫସି 

ଥିଲା ବୁଦ୍ଧି ଓ ଵିଵେକୀପଣିଆ ଅଶୀ 


ଛମଛମ ଚାଲି ଗଲ ତୁମେ ଭୁଲି 

ପତିବ୍ରତା ରେ ମନଧ୍ୟାନ 

ଦୁଇକୂଳ ହିତା ଆଗୋ ଜଗତଜିତା 

ପାଅ କେତେ ମାନ ସମ୍ମାନ 

ନଶ୍ୱର ଦେହ ଇଶ୍ୱର ନେଲେ 

କୀର୍ତ୍ତି ରହିଗଲା ଗାଥା ହୋଇ 

ଆଜି ସାବିତ୍ରୀରେ 

ହେ ରାଜନନ୍ଦିନୀ ଦେବୀ 

ତୁମ କଥା ଭାବି ଭାବି ମରେ 

କି ଉପମା ଦେବି କୁହ ବାରେ 

ସ୍ୱର୍ଣ୍ଣାକ୍ଷରେ ନାମ ଗଲ ପରା ଲେଖିଦେଇ 

ମୋ ପଣତ ଆଜି ଝୁରେ ସତେ କି ପିଆସୀ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics