ଋତୁସ୍ରାବ
ଋତୁସ୍ରାବ
ନାଲି ରଙ୍ଗ ସାଧବା ନାରୀର ପ୍ରତୀକ
ସିନ୍ଦୁର ଅଳତା ଶଙ୍ଖା ସବୁ ନାଲି ଶୃଙ୍ଗାର
ଏହା ଥିଲେ ହିଁ ନାରୀ ପବିତ୍ରତା ।
ସ୍ଵାମୀ ପାଇଁ ନାରୀ ଗ୍ରହଣ କରେ
ନାଲି ରଙ୍ଗର ଶୃଙ୍ଗାର,
ଘର ପାଇଁ ଜ୍ୱାଇଁ ଟିଏ ଆଉ
ସମାଜ ପାଇଁ ବିବାହ ।
ସମାଜ ଏଠି କାଇଁ ରଖେ ଦ୍ୱିପାକ୍ଷିକ ନିତି
ସ୍ବାମୀ ଆୟୁପାଇଁ ଓ ନାରୀ ସୋଭାଗ୍ୟରେ
ହୁଏ ନାଲିରଙ୍ଗ ରେ ସୀମିତି ।
କିନ୍ତୁ ଏହି ନାଲିରଙ୍ଗ
ହୋଇଯାଏ ଅପବିତ୍ର
ଯେତେବେଳେ ନାରୀ ହୁଏ ଋତୁସ୍ରାବ ।
ଅଶୁଦ୍ଧ ଲାଗେ ନାରୀ ର ଦେହ
ଅଶୁଦ୍ଧ ଲାଗେ ସେ ଛିଥିବା ଜିନିଷ
ଆଉ ଅଶୁଦ୍ଧ ଲାଗେ ଏ ପରିବେଶ ।
ପୂଜା ଘର ମନା ତାକୁ
ରୋଷେଇ କରିବା ଠୁ ଛି ବା ବି ମନା
ଆରମ୍ଭ ସେଠୁ ଗୋଟେ ବନ୍ଦ କୋଠରୀରେ
ଲୁଚା ଛୁପା ଖେଳ ।
ଋତୁସ୍ରାବ ଯଦି ଲାଗେ ବିଶୁଦ୍ଧ ବିଶୁଦ୍ଧ
କାଇଁ କର ଦେବୀ ପୂଜା,
ନାରୀକୋଳେ ଗୋଟେ ସନ୍ତାନ ଖୋଜ
ଏହି ଋତୁସ୍ରାବର ବଳେ ।
ଋତୁସ୍ରାବ ଯଦି ନ ହୁଅନ୍ତା ନାରୀକୁ
ସନ୍ତାନର ସୁଖ କାଇଁ,
ତମ କେହି ଆଜି ନ ଥାନ୍ତ ଦୁନିଆରେ
ଭାବିଲେ ଲାଗେ ଏହା ଚମତ୍କାର ।
ଘର ଲକ୍ଷ୍ମୀ ଭାବି ବୋହୁ କରି ଆଣ
ଘର ଲକ୍ଷ୍ମୀ କରିବା ପାଇଁ
ନାରୀ ପାଇଁ ଆଜି ବଂଶ ଯେ ବଢୁଛି
କୁଳ କୁ ଆଗେଇବା ପାଇଁ ।
