STORYMIRROR

NIRMALA KUMARI NAYAK

Classics

3  

NIRMALA KUMARI NAYAK

Classics

ରଖ ଜଗନ୍ନାଥ ପଡିଛି ବିପତ୍ତି

ରଖ ଜଗନ୍ନାଥ ପଡିଛି ବିପତ୍ତି

1 min
149

ରଖ ଜଗନ୍ନାଥ ପଡିଛି ବିପତ୍ତି,

ଧ୍ୱଂସ ହେବ ଏବେ ଏ ସାରା ପୃଥିବୀ ।

ଚୀନଠୁ ସୃଷ୍ଟି ହୋଇ କୋରନା ଘୁରୁଛି,

ଅସଂଖ୍ଯ ଲୋକଙ୍କ ଜୀବନ ନେଉଛି ।

ପୃଥିବୀରେ ଏବେ ମରଣ ଚାଲିଛି,

ମନୁଷ୍ଯର ଏବେ ନିଶ୍ବାସ ହାରିଛି ।

ଜଗତର ନାଥ ଜଗନ୍ନାଥ ରଖ ତୁମ ଜଗତ,

ଦୁନିଆକୁ ଦିଅ ତୁମେ କବଚ ।

ଜଗତୁ ହଟାଇ ଦିଅ କୋରନା ଭୟ,

ମନୁଷ୍ଯ ହସିବ ପୁଣି ନିଶ୍ଚୟ ।

କୋରନା ଭାଇରସ୍ ପୃଥିବୀ ଘୁରୁଛି,

ଥଣ୍ଡା ସର୍ଦି କାଶ ଏବେ ଗ୍ରାସୁଛି ।

ରଖ ଜଗନ୍ନାଥ ପଡିଛି ବିପତ୍ତି,

ତୁମ ପାଖେ ମୁ କରୁଛି ମିନତୀ ।



Rate this content
Log in

Similar oriya poem from Classics