Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Comedy Others

4  

Arjuni charan Behera

Comedy Others

ରଜ ପୋଡ଼ପିଠା

ରଜ ପୋଡ଼ପିଠା

2 mins
397


ଅଶି ବରଷରେ ବୁଢ଼ା ଆମ ଗାଁ ଦୁରୁଯା

ବୁଲି,ଦୁଲି ବୋଲି ତାର ଦୁଇଟି ଭାରିଯା l


ବୁଢ଼ା ସ୍ୱର୍ଗବାସୀ ହେଲା ସନ୍ନିପାତ ଜ୍ବରେ

ଦୁଇ ସପତଣୀ କାଳ କାଟିଲେ କଷ୍ଟରେ l


ପର ଘରେ ପାଇଟିକୁ ଢେଂକି ଧାନ କୁଟି

ଦୁଃଖକଷ୍ଟେ ଦିନ ତାଙ୍କ ଯାଉଥିଲା କଟି l


କାଳ ଆବର୍ତ୍ତନେ ରଜ ପରବ ଆସିଲା

ବଡ଼ ବୁଲି ଡାକି,ସାନ ଦୁଲିକୁ କହିଲା l


ଏଥର ରଜକୁ ଚାଲ କରି ପୋଡ଼ପିଠା

ମଜାରେ ଭୁଞ୍ଜିବା ଟିକେ ମୁହଁକରି ମିଠା l


ଏମନ୍ତେ ଯୋଗାଡ଼ି ଗୁଡ଼ ନଡ଼ିଆ ଚାଉଳ

ବନସ୍ତକୁ ଗଲେ ଭାଙ୍ଗି ଆଣିବାକୁ ଜାଳ l


ବନସ୍ତରେ ରାଜା ବାଘ ଅଟେ ମହାବଳ

ଲାଞ୍ଜପିଟି ପହଞ୍ଚିଲା ଶୁଣି ତାଙ୍କ ଗୋଳ l


କିଏ ରେ ଦୁର୍ମତି ତୋର ଏତିକି ତାକତ

ବେକ କଣା କରି ତୋର ପିଇବି ରକତ l


ବୁଲି,ଦୁଲି ବାଘ ଦେଖି ମହାଭୟ କଲେ

କାକୁତି ମିନତି ହୋଇ ବାଘକୁ କହିଲେ l


ବାଘମାମୁଁ ଜଙ୍ଗଲରୁ ଜାଳ ଆମ୍ଭେ ନେବୁ

ରଜ ପୋଡ଼ ପିଠାଟିଏ ଯତନେ ଗଢ଼ିବୁ l


ଆମ୍ଭ ଘରକୁ ଆସିବେ ଖାଇଯିବେ ପିଠା

ଆଜି ରାତିରେ ଆମ୍ଭର ରହିଲା ନିମତା l


ବୁଲି ଦୁଲି ଜାଳନେଇ ଘରକୁ ଫେରିଲେ

ପୋଡ଼ପିଠାଟିଏ କରି ମଜାରେ ଖାଇଲେ l


ବାଘମାମୁଁ ପାଇଁ କଲେ ମସ୍ତ ବଡ଼ ପିଠା

ତହିଁ ପକାଇଲେ ଗୋଡ଼ି,ଖପରା ଓ କଣ୍ଟା l


ପିଇବାକୁ ରଖି ଦେଲେ ଲଙ୍କାବଟା ପାଣି

ବାଘଟା ପାଇବ ପାନେ ମନେମନେ ଗୁଣି l


ଯତ୍ନେ ରଖି ଏରୁଣ୍ଡିରେ ବାଘ ମାମୁଁ ପାଇଁ

ନିଦଗଲେ ଯାଇ ଘରେ ନନ୍ଦା ଉଗୁଡ଼େଇ l


ପୋଡ଼ ପିଠା ଖିଆ ନିଶା ବାଘକୁ ଲାଗିଛି

ଅର୍ଦ୍ଧ ଯାମେ ପହଞ୍ଚିଲା ତାଙ୍କ ଘରେ ଆସି l


ବାଘ ଶବ୍ଦ ଶୁଣି, ବୁଲି, ଦୁଲି ଡରି ଗଲେ

ମାମୁଁ ଶୁଣ ବାଘକୁ ସେ ଡାକିକି କହିଲେ l


ଏରୁଣ୍ଡିରେ ପିଠା, ପାଣି ଅଛି ଦେଖି ନିଅ

ହରଷରେ ଖାଇ ମାମୁଁ ବନେ ଫେରିଯାଅ l


ବାଘ ତହୁଁ ହରଷରେ ପିଠା ଚୋବାଇଲା

ଗୋଡ଼ିଟିଏ ଲାଗି ତାର ଦାନ୍ତ ଭାଙ୍ଗିଗଲା l


ବିକଳହୋଇ ସେ ଯହୁଁ ପିଏ ଟିକେ ପାଣି

ଲଙ୍କା ରାଗରେ ଜଳିଲା ତାହାର ଥୋମଣି l


ବୁଲି ପେଟ ପିଠା ଖାଇ ଗଣ୍ଡଗୋଳ ଥିଲା

ଢ଼ୋ କିନା ଆବାଜରେ ଉହ୍ମେଇଁ ଫାଟିଲା l


ଲାଙ୍ଗୁଡ଼ ଉଠେଇ ବାଘ ବନେ ଦଉଡ଼ିଲା

କଥା ଏତିକି କେତକୀ ଫୁଲଗଛ ମଲା l


Rate this content
Log in

Similar oriya poem from Comedy