Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anupama Sahu

Abstract

4  

Anupama Sahu

Abstract

ରଜ ମଉଜ

ରଜ ମଉଜ

1 min
223



   ॥ ୧॥

ଆସିଲା ରଜମଉଜ 

ବନସ୍ତେ ଡାକିଲା ଗଜ

ମୟୂର ନାଚିଲା ତାର କଳାପ ଟେକି,

ପ୍ରଥମ ବରଷା ଧରି,

ବାରିଦ ବିଜୁଳି ମାରି

ଭୂମି ରଜୋବତୀ ଶୁଭଲଗନଦେଖି,

ଆନନ୍ଦ ଉଲ୍ଲାସ ଧରଣୀ,

ନବୀନ ସୃଷ୍ଟି ସମ୍ଭାର ଉତ୍ସାହ ଆଣି ॥

॥ ୨॥

ନବୀନ ଆଶାରେ ଧାରା

ସପତ ରଙ୍ଗରେ ଭରା

ଦାରୁଣ ନିଦାଘ ତାପ କଲା ବିନାଶ,

ନବ ପ୍ରାବୃଟ ଆଗମେ ,

ନବ ଉଦ୍ଦୀପନା ପ୍ରେମେ

ଜନମାନସକୁ କରିଦେଲା ସରସ,

ଏ ରଜ ପରବେ ବନିତା,

ମଥାରେକୁଙ୍କୁମପାଦେଶୋଭାଅଳତା 

       ॥ ୩॥ 

ସାଙ୍ଗସାଥି ଥଟ୍ଟା ମଜା ,

କୁମାରୀଙ୍କ ସାଜସଜା,

ଓଠର ଲାଲିମା ସୁନ୍ଦର ରଜପାନରେ

କେତେ ହାସପରିହାସ 

ଅତର ମଖା ସୁବାସ

ଲଳିତ ରଜଗୀତର ମଧୁ ଝଙ୍କାରେ,

ଯୋଡିନାଗରାର ଶବଦ , 

ଗାଁ ଦାଣ୍ଡେଯୁବଦଳକ୍ରୀଡାଆମୋଦ ।

      ॥ ୪॥

ମଣ୍ଡପରେ ପଶାଖେଳ

ଜମିଯାଏ ସାଥିମେଳ

ରଜପୋଡପିଠା ସ୍ଵାଦ ନହୁଏ ଭୁଲି,

ଭୂମିଦେବୀପୂଜା ସାରି,

ଓଡିଆଣୀ କୁଳନାରୀ

ଲୌହଲଙ୍ଗଳେଚନ୍ଦନ ସିନ୍ଦୁରବୋଳି

ହୁଳହୁଳି ମଙ୍ଗଳଧ୍ଵନୀ ,

ଉତ୍କଳୀୟ ସଂସ୍କୃତିର ଏ ସୁରଧୁନୀ ॥

       ॥ ୫॥

ଜ୍ୟେଷ୍ଠ ମାସ ଶେଷଦିନ

ଆଷାଢର ଆଗମନ 

ପ୍ରଥମ ଦ୍ୱିତୀୟ ଆଉ ତୃତୀୟରଜ,

କୁମାରୀ ବୋହୂ ବନୀତା ,

ନବବସନେ ଆବୃତା

ପୁଲକ ଭରି ମନରେ ହୁଅନ୍ତି ସଜ

ଆମ୍ବଗଛେ ଖେଳନ୍ତି ଦୋଳି,

ମକର ସହିସଙ୍ଗାତ ସରବେ ମିଳି ॥

       ॥ ୬॥

କୃଷକ ରଖେ ସ୍ଥଗିତ

କୃଷି କାର୍ଯ୍ୟରୁ ବିରତ

ରଜ ତିନିଦିନ ବସୁମତୀ ବିଶ୍ରାମ,

ଓଡ଼ିଆ ରଜ ପରଵ

ଅଟେ ଆମର ଗରବ, 

ଉତ୍କଳୀୟ ସଂସ୍କୃତିର ସାରମରମ,

ନଵପ୍ରେରଣାର଼ ନିର୍ଝର,

ପ୍ରତିପ୍ରାଣେଦିଏ ନିତ୍ୟନୂତନସ୍ୱର ॥



Rate this content
Log in

Similar oriya poem from Abstract