STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ରାକ୍ଷୀ ସମ୍ପର୍କ ସୂତା ଖିଏ

ରାକ୍ଷୀ ସମ୍ପର୍କ ସୂତା ଖିଏ

1 min
178


ରାକ୍ଷୀ ଏକ ସୂତା ପରି ଦିଶୁଥିବା

ସମ୍ପର୍କର ଡୋର

ରାକ୍ଷୀ ଏକ ତାରାଫୁଲ

ଆକାଶ ଉଆସୁ ଆସିଛି

ଭାଇ ହାତେ ବାନ୍ଧି ଭଉଣୀ ଉଷସୀ

ମାଗେ ପାରିଶ୍ରମିକ

ଚନ୍ଦନ ତୁଳସୀ

ଲେଖିଦେବ ରାକ୍ଷୀ ଗୋଟି ଓଁରେ

ଆଖିରେ ଦିଶିବ ଝଲସି

ଭଉଣୀ ସୀତା ସୁଭଦ୍ରା ସତୀ କି ପାର୍ବତୀ

ଭାଇ ନିଶ୍ଚୟ ସେହି କୃଷ୍ଣ

ଯିଏ ଦେଇପାରେ ବସ୍ତ୍ର ଭୂଷଣମାନ

ରକ୍ଷାକାର ହୋଇ ରକ୍ଷାକରନ୍ତି ସେହି

ଦ୍ରୌପଦୀଙ୍କୁ କୋଟି ବସ୍ତ୍ର ଦେଇ

ସୀତାଙ୍କୁ ବାଲ୍ମୀକି ଆଶ୍ରମେ ଛାଡ଼ି ଦେଇ

ସତୀଙ୍କୁ ଥରକୁ ଥର ଜିଆଇ

ପାର୍ବତୀ ହିଁ ସତୀ

ରାକ୍ଷୀ ପିନ୍ଧିବା ପିନ୍ଧେଇବା ଭାବ ଓ ଭକ୍ତି

ସୁଭଦ୍ରାଙ୍କୁ ବସାଇ ହେଉଛି କେତେ ନୀତି କାନ୍ତି

ଏସବୁ ଏଇ ରାକ୍ଷୀର କରାମତି

ହରି କୁହ ହର ଭଉଣୀ ବେଭାର ପାଇ

ଚନ୍ଦନ ଚର୍ଚ୍ଚିତ ହୋଇ

ଉଭା ହୋଇ ଦିବ୍ୟକାନ୍ତି ପ୍ରକାଶନ୍ତି

ଭଉଣୀ ନାମେ ଓଁ ଶାନ୍ତି ଓଁ ଶାନ୍ତି

ତା ସଙ୍ଗେ ପ୍ରୀତି ମୈତ୍ରୀ

ଚୁମୁକି କୁହ ମାଳି ଜରି ଫୁଲ

ସବୁ ଭାଇ ଭଉଣୀ ଭିତର ଶାଶ୍ୱତ ପୀରତି

ଝଟକନ୍ତି ସତେ ଦିବ୍ୟକାନ୍ତି ।


Rate this content
Log in

Similar oriya poem from Abstract