ରାଗ ପରମ ଚଣ୍ଡାଳ
ରାଗ ପରମ ଚଣ୍ଡାଳ
ବିଧିର ବିଧାନ କର୍ମ ଅନୁସାରେ
ଏହାକୁ କେବେନ ଭୂଲ
ଯେତେ ଦିନ ଯାଏ ଏ ଜୀବନ ଥିବ
ନିଜ କର୍ମ କରି ଚାଲ ।
ଯେତେ ବାଧା ବିଘ୍ନ ଆସୁ ଏ ଜୀବନେ
କେବେବି ନ କର ଭୟ
ସତ୍ୟ ର ପଥରେ ସର୍ବଦା ଚାଲିଳେ
ସମସ୍ତେ ହେବେ ସହାଜ ।
ରାଗକୁ ସର୍ବଦା ତ୍ଯାଗ କରିଥିଲେ
ନିଜେ ପ୍ରଶଂସା ପାଇବ
ଯେତେ ଦୁଷ୍ଟ ଲୋକ ହୋଇଥିଲେ ବି
ଦିନେ ସେ ନିଶ୍ଚେ ଚିହ୍ନିବ ।
ସତ୍ୟ ପଥେ ଯଦି ସର୍ବଦା ରହିବ
ମଙ୍ଗଳ କାମନା ହେବ
ପର ଦୁଃଖେ ଦୁଃଖି ପର ସୁଖେ ସୁଖି
ସିଏ ସମ୍ମାନ ପାଇବ ।
ଗର୍ବ ଅହଂକାରୀ ଲୋକର ପ୍ରକୃତି
ଦିନେ ତ ବଦଳି ଯିବ
ତା ପାଖେ ସର୍ବଦା ମୁଣ୍ଡ ନୁଆଇଲେ
ସମ୍ମାନ ଅର୍ଥ ବୁଝିବ ।
ସମାଜ ଭିତରେ ଘର କରିଥିଲେ
ନିତି ନିୟମ ରେ ଚାଲ
ନିଜେ ସୁଧୁରିଲେ ସବୁ ସୁଧୁରିବ
ରାଗ ପରମ ଚଣ୍ଡାଳ ।