ରାଧେ ରାଧେ
ରାଧେ ରାଧେ
ଦିନେଟ ନୀରବ ରହିଲି ବୋଲି
ତମେ ଏତେ ଭୁଲ ମତେ ବୁଝିବବୋଲି
ମୁଁ ଜାଣି ଭାବିନଥିଲି
ଦିନେଟ ହୋଲିରେ ଖେଳିଲି ବୋଲି
କୋଇଲି କହି ମତେ କୁହ ନହୁଲି
ଚାଲି ମୋର ନାଲି ନାଲି ସତେ ପିଇ ମହୁଲି
ଦିନେଟ ଯମୁନା ଗଲି ବୋଲି
ଅପବାଦ ନାଗରାରେ ଭିଜିଲି
ମୋ ନିଜକୁ ଖୋଜି ହଜି ଯେବେ ପାଇଲି
କିଶୋର କୃଷ୍ଣ ପ୍ରେମ ମତେ ପାଗେଳୀ କଲା ବୋଲି
କହି ଯେତେ ଅଠା କର ସିଠା କାହ୍ନୁ ଗଲାଣି ଚାଲି
ଗୋପପୁରେ ଛାଡି ଶ୍ୟାମ ଆସିବ କାଲି
କାଲି କାଲି କହୁଛ ମିଛେ ନିନ୍ଦା ଦେବ ବୋଲି
କହୁଥିଲ କିଆଁ କିମିଆଁ କରିଛି ବୋଲି
କଳଙ୍କ ଲେପନା ରାଧା ମୁଣ୍ଡେ ଦହି ଯିବ ଚହଲି
ଶାଶୁ ନଣନ୍ଦ ଗଞ୍ଜଣା ଭୁଲିବି ବୋଲି
ଥରେ ଅଧେ କିଶୋର କାହ୍ନୁ ଆଗେ କରିଛି ଚୁଗୁଲି
ଭାବି ବଇଁଶୀ ଵାଲା ସଭିଙ୍କ ପ୍ରଭୁ ବୋଲି
ଭକତିରେ ପ୍ରୀତି ମିଶାଇ କହୁଛ ଖୋଲି
ରାଧା ନାମେ ଡେଙ୍ଗୁରା ପିଟୁଛ ଖାଲି
ମିଛରେ ରାଧାକୁ କଳଙ୍କିନି କୁହ ବୋଲି
ପ୍ରାରବ୍ଧ କର୍ମ ବୋଲି ଯେବେ ବୁଝିଲି
ପ୍ରଭୁଙ୍କ ସଙ୍ଗତେ କୋଉ ଜନ୍ମର ପଙ୍ଗତେ
ପାପ ଦୋଷ ଟିକେ ରହିଛି ବୋଲି
ରାଧା ହୋଇ ଆଜି ଭୋଗେ ପହେଲି
ରାଧେ ରାଧେ ଡାକ ପଡୁଛି ଖାଲି
ସେ ରାଧା ନୁହେଁ ଗୋପ ଗଉଡ଼ୁଣୀ
ସ୍ୱୟଂ ଲଷ୍ମୀମାତା ଦେଖିଆସ ପୁରୀକୁ ବୁଲି
ହେରା ପଞ୍ଚମୀରେ ଯିଏ ରଥକାଷ୍ଠ ଭାଙ୍ଗନ୍ତି ଚାଲି ଚାଲି
ସାଠିଏ ପଉଟି ଅନ୍ନ ପାକ କୈବଲ୍ୟ ବୋଲି
ଖାଇ ମୁଣ୍ଡେ ଧୁଏ ହସ୍ତ ଭକ୍ତ ଵାଲା କାବୁଲି
,,,,,,,,,,,,,,,,
