Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ପୁଷ୍ୟାଭିଷେକ

ପୁଷ୍ୟାଭିଷେକ

1 min
299


ଅଯୋଧ୍ୟା ନବରେ ଅତି ଉଲ୍ଲାସରେ 

    ବାଜଇ ମଙ୍ଗଳେ ବାଜା

ମଙ୍ଗଳ ମହୁରି ବାଜେ ନାଗେଶ୍ୱରୀ 

   ରାମଚନ୍ଦ୍ର ହେବେ ରାଜା l


ପୋଉଷ ପୂର୍ଣ୍ଣିମା ଉଦୟ ଚନ୍ଦ୍ରମା 

   ଶୁଭ ବେଳା ସ୍ଥିର କରି

ସର୍ବ ମୁନି ଋଷି ଉଭା ହେଲେ ଆସି 

   ଜୟ ଜୟ ନାଦ କରି l


ଠୁଳ ହେଲେ ଆସି ସର୍ବ ତୀର୍ଥ ରାଶି 

    ଅଯୋଧ୍ୟା ନବରେ ପୁଣ

ଜୟ ଜୟ କରି ସୀତୟା ସୁନ୍ଦରୀ 

    ଜୟ ଜାନକୀ ରମଣ l


ନନ୍ଦିଗ୍ରାମୁଁ ଭକ୍ତେ ଆସନ୍ତି ଭରତେ 

   ଶ୍ରୀରାମ ପାଦୁକା ମୁଣ୍ଡେ

ଟମକ, କାହାଳୀ, ଘନ ମୁଣ୍ଡାବଳି 

  ଗହଳି ଅଯୋଧ୍ୟା ଦାଣ୍ଡେ l


ଭରତ ମିଳନ ଭକ୍ତ ଭଗବାନ 

   କି ବର୍ଣ୍ଣି ପାରିବି ଆଉ

ଜୟ ରାମଚନ୍ଦ୍ର ରଘୁ କୂଳ ଚନ୍ଦ୍ର 

   ମତି ତୁମ୍ଭ ପଦେ ଥାଉ l


ପିତୃ ସତ୍ୟପାଳି ହେଲ ବନଚାରୀ 

    ସତ୍ୟେ ରଘୁକୂଳ ନିତି

ସତ୍ୟସନ୍ଧ ନୃପ ହରିଶ୍ଚନ୍ଦ୍ର ଭୂପ 

   କୀର୍ତ୍ତୀ ରଖି ଯାଇଛନ୍ତି l


ଦଣ୍ଡ ଛତ୍ର ଧରି ଲକ୍ଷ୍ମଣ ଶତ୍ରୁଘ୍ନ 

   ଭରତ ଶ୍ୱେତ ଚାମର

ବଶିଷ୍ଠ ଜାବାଳି ସ୍ବସ୍ତି ମନ୍ତ୍ରାବଳୀ 

   ଶୁଭେ ବେଦର ଝଙ୍କାର l


କରି ଅଭିଷେକ ଶିରରେ ମୁକୁଟ 

  ଦେଲେ ତୀର୍ଥବାରି ସିଞ୍ଚି

ଦୁନ୍ଦୁଭି ବାଜଇ ସ୍ୱର୍ଗେ ରହି ରହି 

    ପୁଷ୍ପ ବର୍ଷନ୍ତି ବିରଞ୍ଚି l


ଭୂମି ଧନ ଧାନ୍ୟ ଗଜ ବାଜି ସ୍ବର୍ଣ୍ଣ 

   ବ୍ରାହ୍ମଣେ ନିଅନ୍ତି ଦାନ

ଜୟ ଜୟ ରାମ ନୟନାଭିରାମ 

  ପଦେ ସେବେ ହନୁମାନ l


ତ୍ରେତୟା ଶ୍ରୀରାମ କୌଶଲ୍ୟା ନନ୍ଦନ 

    କଳିଯୁଗେ ଜଗନ୍ନାଥ

ସେ ଲୀଳା ସୁମରି ଲୀଳା ରଚେ ହରି 

  ନୀଳଚକ୍ରେ ଉଡ଼େ ନେତ l


ଜୟ ଜଗନ୍ନାଥ ଅନାଥର ନାଥ 

    ପତିତ ତାରଣ ବାନା

ଚୋଉଦ ବ୍ରହ୍ମାଣ୍ଡ କରତାଙ୍କ ଲୀଳା 

   ମର୍ତ୍ତ୍ୟରେ ବିଚିତ୍ର ସିନା l


ଜୟ ଦାରୁ ବ୍ରହ୍ମ ଜୟ ପୂର୍ଣ୍ଣ ବ୍ରହ୍ମ 

 ବିଜେ ନୀଳାଦ୍ରୀ କନ୍ଦରେ

ବନ୍ଦେ ବ୍ରହ୍ମଦାରୁ ବାଞ୍ଛା କଳ୍ପତରୁ 

   ଜୟ ଜଗଦୀଶ ହରେ l

       


Rate this content
Log in

Similar oriya poem from Inspirational