Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Inspirational

4  

Bijaya Kumar Swain

Inspirational

ପୁଣ୍ୟ ଏ କାର୍ତ୍ତିକ ମାସ

ପୁଣ୍ୟ ଏ କାର୍ତ୍ତିକ ମାସ

1 min
363



ପୁଣ୍ୟ ମାସ ଏ କାର୍ତ୍ତିକ

ଆରମ୍ଭ ଦିନ ରୁ ଶେଷ ପର୍ଯ୍ୟନ୍ତ

 ପୁଣ୍ୟ ର ଖୋଲି ଥାଏ ବାଟ।


ପ୍ରାତ ସ୍ନାନ ସାରି ସୂର୍ଯ୍ୟେ ଅର୍ଘ୍ୟ ଢାଳି

 ପୂଜା କରି ବୃନ୍ଦାବତୀ

ସାତ୍ୱିକ ଆହାର କରି ନିରନ୍ତର

  ଧର୍ମ ରଖିଥିବ ମତି।


ପର ନିନ୍ଦା ପର ଚର୍ଚ୍ଚା ନ କରିବ

 କେବେ ମିଥ୍ୟା ନ ଭାସିବ

ଦୀନ ଜନ ଠାରେ ଦୟା ରଖିଥିବ

 ସତ୍ୟ ରେ ଦିନ ବଞ୍ଚିବ।


ଦୀପାବଳୀ ପର୍ବେ ଦୀପ ଜାଳି ଦେଇ

  ପୂର୍ବ ପୁରୁଷଙ୍କୁ ସ୍ମରି

ତାଙ୍କ ଉଦ୍ଦେଶ୍ୟରେ ଆକାଶ ଦୀପ କୁ

  ଦିଅନ୍ତି ଭକତେ ଜାଳି।


ଧନ ତେରସ ରେ ମହାଲକ୍ଷ୍ମୀ ପୂଜା

  କରି ଆନନ୍ଦ ମନ ରେ

ମାଆ ପୂଜା କରି ଆନନ୍ଦ ଚିତ୍ତ ରେ

  ମାଆଙ୍କ ଆଶିଷ ଝରେ।


ଶୁକଳ ପକ୍ଷ ର ନାଗ ଚତୁର୍ଥୀ ରେ

 ନାଗ ଦେବ ପୂଜା ହୁଏ

ନାଗ ଦେବ ତୋଷି ଭକତ ମାନଙ୍କ

 ସବୁ ଭୟ ଦୂର ହୁଏ।


ଶୁକ୍ଲ ତ୍ରୟୋଦଶୀ ଧବଳେଶ୍ଵର ଙ୍କ

  ବଡ଼ଓଷା ପର୍ବ ପାଳି

ଗଜ ଭୋଗ କରି ପ୍ରଭୁଙ୍କ ପାଦ ରେ

 ଜାଳି ଦିଅନ୍ତି ଦିପାଳି।


କଳା ବଳଦ ଧଳା କରିଥିଲେ

 ପ୍ରଭୁ ମୋ ଧବଳେଶ୍ଵର

ତାଙ୍କ ଆରାଧନା ଭକତି ରେ କଲେ

  ଯାଚି ଦେଇଥାନ୍ତି ବର।


କାର୍ତ୍ତିକ ପୂର୍ଣ୍ଣିମା ନୌ ବାଣିଜ୍ୟ ର 

  ମନେ ପକାଏ ସ୍ମୃତି କୁ

ଓଡ଼ିଆ ସାଧବ ବେପାର ପାଇଁକି

  ଯାଉଥିଲେ ବିଦେଶ କୁ।


କଦଳୀ ପଟୁକା ନାବେ ପାନ ଗୁଆ

  ରଖିଦେଇ ଜାଳି ଦୀପ

ଆ,କ, ବୈ କହି ଆନନ୍ଦ ରେ

  ବୋଲି ଦେଉଥିଲେ ଗୀତ।


  ପୁଣ୍ୟ ଏ କାର୍ତ୍ତିକ ମାସ

ଭକତ ପାଇଁକି ମୁକତି ର ବାଟ

  ପାପ ର କରଇ ନାଶ।

   ପୁଣ୍ୟ ଏ କାର୍ତ୍ତିକ ମାସ,,,,,,।।


Rate this content
Log in

Similar oriya poem from Inspirational