STORYMIRROR

Sasmita Choudhury

Romance Tragedy

3  

Sasmita Choudhury

Romance Tragedy

ପ୍ରତାରଣାର ରଙ୍ଗ

ପ୍ରତାରଣାର ରଙ୍ଗ

1 min
319


ବାସ୍ତବ ପ୍ରେମ କି ମରି ପାରେ କେବେ?

ଜଳି ମରେ ଅନୁଭବୀ,

ତୁମ ପ୍ରତାରଣା ସଜାଇଛି ତେଣୁ 

ମୋତେ ବିରହର କବି।


ବୈଶାଖୀ ନଈ ମୁଁ ତୁମ ପ୍ରତୀକ୍ଷାରେ

ନିଇତି ପିଟୁଛି ମଥା, 

କିଏ ଜାଣିଥିଲା ମଲା ନଈ ସାଜି 

ଲେଖିବି ବିରହ ଗାଥା?


ଆଶାର ସ୍ତିମିତ ପ୍ରଦୀପ ଶିଖାଟି 

ଜଳେ ହୃଦ ଚଉରାରେ, 

ତୁମକୁ ପାଇବା ସ୍ବପ୍ନ ସରେନା 

ପଦ୍ମ ଘୁଞ୍ଚେ ଧୀରେ ଧୀରେ ।


ଅପନିନ୍ଦା କେବେ ଦେଇନି ତୁମକୁ 

ହେ ମୋର ଶ୍ରାବଣ ରାତି,

ତୁମ ପ୍ରତାରଣା କବିତା ଲେଖିବି 

ମୁଁ ବା ଜୀବନ୍ତ କେଉଁଠି?


ରାତି ଉଜାଗର ସ୍ମୃତିରେ ତୁମର 

ତୁମ କଥା ଭାବି ଭାବି,

ତୁମ ବିରହର କରୁଣ ରାଗିଣୀ

ସଜାଇଛି ମୋତେ କବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance