STORYMIRROR

Rupesh Sonu

Abstract

2  

Rupesh Sonu

Abstract

ପ୍ରତାରଣା

ପ୍ରତାରଣା

1 min
13.9K


ମୁଁ କି ଜାଣେ ପ୍ରତାରଣା କଣ

ମୁଁ ତ ଛାର ପତଙ୍ଗଟିଏ

ଆଲୋକର ଆଶା ନେଇ

ଝାସ ଦେଇ ଦେଇଛି ପ୍ରଦୀପ ଉପରେ

ହେଲେ ପାଇଛି କଣ

କିନ୍ତୁ ପ୍ରଦୀପ

ମୋତେ ଜାଳି କରିଛି ନିଜକୁ

ଆହୁରି ଆଲୋକିତ

ଦୁନିଆକୁ ଶୁଙ୍ଘେଇଛି

ମୋ ପୋଡା ପାଉଁଶର ଗନ୍ଧ

ହେଲେ ସେ ଭୁଲି ଯାଇଛି

ସବୁଥିରେ ଅନ୍ତ ଅଛି

ସେ ବି ଦିନେ ଲିଭିଯିବ

ତେଲ ସରିଗଲା ପରେ।

         

ରୂପେଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract