STORYMIRROR

Rupesh Sonu

Abstract Others

2  

Rupesh Sonu

Abstract Others

ସ୍ମୃତିର ଉପତ୍ୟକା

ସ୍ମୃତିର ଉପତ୍ୟକା

1 min
13K


ପାହାଚ ପରେ ପାହାଚ

ଘଟଣା ଆଉ ଦୁର୍ଘଟଣା ସହିତ

ଏମିତି ଚାଲିଛି ଜୀବନ ଏକମୁହାଁ ହୋଇ

ଫଗୁଣ ରଙ୍ଗେଇଛି ଶ୍ରାବଣ ଭିଜେଇଛି

ଆଉ ବସନ୍ତ,

ଭରି ଦେଇଛି ନୂତନ ପୁଲକ।

ବର୍ଷ ପରେ ବର୍ଷ

ଦିନ,ରାତି, ପ୍ରତିଟି ମୁହୂର୍ତ୍ତ

ସାଉଁଟିଛି ନୂଆ କିଛି ଅନୁଭୂତି

ସେସବୁକୁ ନେଇ ପାଦ ଥାପିଛି

ସ୍ମୃତିର ଉପତ୍ୟକାରେ,

ଜୀବନର ପର୍ବତ ତ ଚଢ଼ିବାକୁ ହେବ

କିନ୍ତୁ ଏଇ ଉପତ୍ୟକାର ଅଭିଜ୍ଞତା ନେଇ।

         

 ରୂପେଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract