STORYMIRROR

Rupesh Sonu

Abstract Others

2  

Rupesh Sonu

Abstract Others

ସ୍ମୃତିର ଉପତ୍ୟକା

ସ୍ମୃତିର ଉପତ୍ୟକା

1 min
12.9K


ପାହାଚ ପରେ ପାହାଚ

ଘଟଣା ଆଉ ଦୁର୍ଘଟଣା ସହିତ

ଏମିତି ଚାଲିଛି ଜୀବନ ଏକମୁହାଁ ହୋଇ

ଫଗୁଣ ରଙ୍ଗେଇଛି ଶ୍ରାବଣ ଭିଜେଇଛି

ଆଉ ବସନ୍ତ,

ଭରି ଦେଇଛି ନୂତନ ପୁଲକ।

ବର୍ଷ ପରେ ବର୍ଷ

ଦିନ,ରାତି, ପ୍ରତିଟି ମୁହୂର୍ତ୍ତ

ସାଉଁଟିଛି ନୂଆ କିଛି ଅନୁଭୂତି

ସେସବୁକୁ ନେଇ ପାଦ ଥାପିଛି

ସ୍ମୃତିର ଉପତ୍ୟକାରେ,

ଜୀବନର ପର୍ବତ ତ ଚଢ଼ିବାକୁ ହେବ

କିନ୍ତୁ ଏଇ ଉପତ୍ୟକାର ଅଭିଜ୍ଞତା ନେଇ।

         

 ରୂପେଶ ସାହୁ


Rate this content
Log in

Similar oriya poem from Abstract