STORYMIRROR

Rupesh Sonu

Others

2  

Rupesh Sonu

Others

ବିଶ୍ୱାସ ନାହିଁ ଯଦି.....

ବିଶ୍ୱାସ ନାହିଁ ଯଦି.....

1 min
14K


ବିଶ୍ୱାସ ନାହିଁ ଯଦି....

କରିନିଅ ମୋ ଅନ୍ତରର ବ୍ୟବଛେଦ

ଦେଖିନିଅ ଥରେ

ରଖିଛି ତୁମ ପାଇଁ କେତେ ଫୁଟ ଯାଗା

ବିଶ୍ୱାସ ନାହିଁ ଯଦି....

ଖୋଳି ଦେଖ ମୋର ସ୍ମୃତିର କବର

ପ୍ରତି କୋଣେ ଅଣୁକୋଣେ

ତୁମ ପ୍ରତିଛବି ଦିଶୁଛି କି ନାହିଁ

ବିଶ୍ୱାସ ନାହିଁ ଯଦି....

ଛାଡ଼ିଦେଇ ଆସ ମୋତେ

କେଉଁ ଏକ ଅଜଣା ବଣରେ

ଆଉ ଦେଖ ମୁଁ ତୁମ ପାଶେ ଫେରୁଛି କି ନାହିଁ

ବିଶ୍ୱାସ ନାହିଁ ଯଦି....1

ଥରେ ଖେଳିିଯାଅ ମୋ ରକ୍ତରେ ହୋଲି

ଆଉ ଖୋଜିନିଅ ତୁମରି ସ୍ୱରରେ ମାତାଲ

ରକ୍ତ କଣିକା ନାଚୁଛି କି ନାହିଁ।

         

             ରୂପେଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍