STORYMIRROR

pradeep jilikara

Inspirational

3  

pradeep jilikara

Inspirational

ପ୍ରଶଂସା

ପ୍ରଶଂସା

1 min
222

ପ୍ରଶଂସା ଏକ ଏମିତି ଶବ୍ଦ, 

ଯାହା କି ତନ୍ତ୍ର ମନ୍ତ୍ର ଯନ୍ତ୍ର ଠାରୁ କମ୍ ନୁହଁ

ପ୍ରଶଂସା କଣ ବା ନ କରି ପାରେ

ପ୍ରଶଂସା ନର୍କଗାମୀ ବ୍ୟକ୍ତିକୁ ସ୍ୱର୍ଗ କୁ ପେଶି ପାରେ

ଅଚଳ ମହାମେରୁ ମହାଦ୍ରୁମକୁ ମଧ୍ୟ

ଚଲାଇ ଦେଇ ପାରେ

ମାଟିର ଜଡକୁ ଚେତନାଶକ୍ତି ଦେଇ 

ତାକୁ ଜୀବନ୍ତ କରିଦେଇ ପାରେ ପ୍ରଂଶସା

ଜଣେ ଆଳସ୍ୟପରାୟଣ ଲୋକକୁ 

କର୍ମଠ କରିଦେଇପାରେ ଏ ପ୍ରଶଂସା

ଜଣେ ଠକକୁ ଠିକ୍ ଦିଗକୁ ଗତି କରାଏ ପ୍ରଶଂସା

ଜଣେ ମୂର୍ଖକୁ ପଣ୍ଡିତର ମାନ୍ୟତା ଦେଇପାରେ

ଯଦି ସେ ବ୍ୟକ୍ତି ଅଳ୍ପକେ କୌଣସି କାର୍ଯ୍ୟରେ

 ରୁଚି ରଖି ସାଧନ କରୁଥାଏ ଆଗ୍ରହର ସହିତ

ତାକୁ ଟିକେ ପ୍ରଶଂସାରେ ପୋତି ଦିଅନା

ଦେଖିବ ସେ ପ୍ରଶଂସା ମନର ଗଭୀରତାରୁ ହେଉ

ଅବା କୁଟୀଳ ପ୍ରଶଂସା ମଧ୍ୟ ହେଉନା କାହିଁକି

ଅବା ନିଜର ସ୍ୱାର୍ଥ ରଖି ମଧ୍ୟ କରିଦିଅ ପ୍ରଶଂସା

ଦେଖିବ ସେ ପ୍ରଶଂସା ସେହି ବ୍ୟକ୍ତି କୁ ଦିନେ 

ସଫଳତାର ଦିଗ ଦେଖେଇ ଦେବ

ପ୍ରଂଶସା ତ ସଫଳତା ଦେବାର ଏକ ସୂତ୍ର ମାତ୍ର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational