STORYMIRROR

pradeep jilikara

Others

3  

pradeep jilikara

Others

ପରିବର୍ତ୍ତନ ଜୀବନ

ପରିବର୍ତ୍ତନ ଜୀବନ

1 min
230

ଦୁନିଆ ସ୍ୱଭାବ ବଦଳାଏ ନିତି

ଖରା ବର୍ଷା ଶୀତ ଯେହ୍ନେ 

ଆଜି ଯାହା ଫୁଲ କାଲି ତାହା କଣ୍ଟା

ରଖିଥାଅ ଏହା ଧ୍ୟାନେ


ସୁଖେ ଜୀଉଁ ଥିଲେ ବିଳାସ ଜୀବନ

କାଲି ଆସିଯିବ ଦୁଃଖ

ସ୍ୱାସ୍ଥ୍ୟ ଅପସରି ରୋଗ ଆସିଯିବ

ବନ୍ଧୁ ନ ମାଡିବେ ପାଖ


ଆଜି ଯିଏ ଦିଏ ଅପାର ପୀରତି

କାଲି ଦେବ ଘୃଣା ବାଣ

ସଂସାରରେ ଯେଣୁ କିଛି ନୁହେଁ ସ୍ଥିର

ଏହି ମୋ ଧ୍ରୁବ ବଚନ


Rate this content
Log in