STORYMIRROR

pradeep jilikara

Inspirational

3  

pradeep jilikara

Inspirational

ପ୍ରଶଂସା

ପ୍ରଶଂସା

1 min
270


   


ପ୍ରଶଂସା ଏକ ଏମିତି ଶବ୍ଦ, 

ଯାହା କି ତନ୍ତ୍ର ମନ୍ତ୍ର ଯନ୍ତ୍ର ଠାରୁ କମ୍ ନୁହଁ

ପ୍ରଶଂସା କ'ଣ ବା ନ କରି ପାରେ

ପ୍ରଶଂସା ନର୍କଗାମୀ ବ୍ଯକ୍ତିକୁ ସ୍ୱର୍ଗ କୁ ପେଶି ପାରେ

ଅଚଳ ମହାମେରୁ ମହାଦ୍ରୁମ କୁ ମଧ୍ଯ

ଚଲାଇ ଦେଇ ପାରେ

ମାଟିର ଜଡକୁ ଚେତନାଶକ୍ତି ଦେଇ 

ତାକୁ ଜୀବନ୍ତ କରିଦେଇ ପାରେ ପ୍ରଂଶସା

ଜଣେ ଆଳସ୍ଯପରାୟଣ ଲୋକକୁ 

କର୍ମଠ କରିଦେଇପାରେ ଏ ପ୍ରଶଂସା

ଜଣେ ଠକକୁ ଠିକ୍ ଦିଗକୁ ଗତି କରାଏ ପ୍ରଶଂସା

ଜଣେ ମୂର୍ଖ କୁ ପଣ୍ଡିତ ର ମାନ୍ଯତା ଦେଇପାରେ

ଯଦି ସେ ବ୍ଯକ୍ତି ଅଳ୍ପକେ କୌଣସି କାର୍ଯ୍ୟ ରେ

 ରୁଚି ରଖି ସାଧନ କରୁଥାଏ ଆଗ୍ରହର ସହିତ

ତାକୁ ଟିକେ ପ୍ରଶଂସାରେ ପୋତି ଦିଅନା

ଦେଖିବ ସେ ପ୍ରଶଂସା ମନର ଗଭୀରତାରୁ ହେଉ

ଅବା କୁଟୀଳ ପ୍ରଶଂସା ମଧ୍ଯ ହେଉନା କାହିଁକି

ଅବା ନିଜର ସ୍ୱାର୍ଥ ରଖି ମଧ୍ଯ କରିଦିଅ ପ୍ରଶଂସା

ଦେଖିବ ସେ ପ୍ରଶଂସା ସେହି ବ୍ଯକ୍ତି କୁ ଦିନେ 

ସଫଳତାର ଦିଗ ଦେଖେଇ ଦେବ

ପ୍ରଂଶସା ତ ସଫଳତା ଦେବାର ଏକ ସୂତ୍ର ମାତ୍ର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational