Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Tragedy

4  

Panchanan Jena

Tragedy

ପ୍ରଶ୍ନ ମୋର

ପ୍ରଶ୍ନ ମୋର

1 min
314



ମନରେ ପ୍ରଶ୍ନ ମାଳମାଳ

କେବେ ବାଟ ଉଗାଳନ୍ତି 

କରନ୍ତି କଳଗୋଳ

ଟାହି ଟାପରା କରନ୍ତି

ଉଖାରି ବିଦାରି ମନ ପଟଳ

ଯୁଦ୍ଧ କରନ୍ତି ତର୍କ ଶସ୍ତ୍ର ଧରି

ହଟ୍ଟଗୋଳ ।


ଭୂଲ କଲେ ଲୁଚାନ୍ତି ଅନେକ

ଢଙ୍କେଇ ବଙ୍କେଇ

ପ୍ରଶ୍ନ ମୋର

ବଙ୍କା ଢ଼ାଙ୍କୁଣି ଟା କେଉଁଠୁ ମିଳେ 

କହିବ କି କେହି ?


ଖାଇ ବସିଲେ ପାଣି ଗିଲାସ

ଖାଇ ସାରିଲେ ପାଣି ଶେଷ

 ପ୍ରଶ୍ନ ମୋର

ଧୋକା ଖାଇଲେ ବାରମ୍ଵାର

 ପାଣି ପିଇବା କେତେଥର 

କେହି କହିବେ କି ଏକ ଥର ?


ସଭିଏଁ କହନ୍ତି 

ପାପ ଘଟରେ ପୂର୍ଣ୍ଣତା ହେଲେ

ଅନ୍ୟାୟ ଅଧର୍ମ ଶତ୍ରୁତା ଚାଲେ

ପ୍ରଶ୍ ମୋର

ପାପ ଘଟ କେଉଁ କୁମ୍ଭାର ଗଡ଼େ

କେହି କହିବେ କି ଭଲେ ?


ନିଦା ପଥର ପରି କଠୋର

ମନ ହୃଦୟ ତୁମର 

କଥାରେ ବାଜେ ନିହାଣ ମୁଗୁର

ମାର୍ବଲ ଠାରୁ ଓଜନିଆ

ଗ୍ରାନାଇଟ ଠାରୁ ଲାଗେ ନିଷ୍ଠୁର

ପ୍ରଶ୍ନ ମୋର

କେଉଁ ଦୋକାନରେ ମିଳେ

କେହି କହିବେ କି ଭ୍ରାତର ?


ଖୁସି ଲାଗିଲେ ସହିବେ ନାହିଁ

ଛିଦ୍ର ଖୋଜିବେ ଧାଇଁ ପାଇଁ

ଘା' ଦେଖିଲେ ଲୁଣ ଘଷିବେ

କଷ୍ଟ ବଢିବ ଘାଇଁ ଘାଇଁ

ପ୍ରଶ୍ ମୋର

ସେହି ଟାଟା ବା ପତଞଳୀ ଲୁଣ 

ଚିମୁଟେ କେଉଁଠି ମିଳିବ

କେହି କହିବେ କି ସାଇଁ ?


 ମାନ ସମ୍ମାନ କମାଣି

ପରିଶ୍ରମେ ନାଳ ଝାଳ ହେଲଣି

 ପ୍ରଶ୍ନ ମୋର

ମାନ ସମ୍ମାନ ସାଇଜର ଲଡୁ

କେଉଁ ଦୋକାନରେ ମିଳେ

କେହି କହିବ କି ମଣି ?


ଡିନର ସେଟ୍ ରେ 

ଲଞ୍ଜ କରି ହେବ କି ?

ବୋକା ଲୋକ 

ବାରମାଣ ଚଷି ପାରିବ କି ?


ହେ ମହାଭାଗ !

ମୋତେ ବୁଝେଇ କହିବେ

ସମସ୍ୟା ନିବାରଣ ସାରିବେ ।


Rate this content
Log in