STORYMIRROR

Susil Pani

Abstract Fantasy

2  

Susil Pani

Abstract Fantasy

ପ୍ରକୃତି

ପ୍ରକୃତି

1 min
2.8K


ମଣିଷ ପ୍ରକୃତି ମଲେ ତୁଟିବ ,

            ଘୁସୁରି ପ୍ରକୃତି ପଙ୍କେ ଲୋଟିବ ।।

ମରି ମରି ଜିଏ ଜିଇଁଛି ଜିବନେ,

            ମରିବାକୁ ସିଏ କାହୁଁ ଡରିବ ।।

ଯେତେ ଡରାଇଲେ ଯେତେ ବାଡାଇଲେ,

            ମଣିଷ କି ନିଜ ପ୍ରକୃତି ଛାଡିବ ।।

ଜଗା ଧରିଅଛି ଜଗତର ଡୋରି ,

            କାହାକୁ ଟାଣିବ କାହାକୁ ଛାଡିବ ।।

ଅଜଣା ଅପରିଚିତକୁ ଗୃହେ ଆସ୍ରୟ ଦେଲେ,

            ଅକାଳରେ ପୁଣି କାଳ ପୁରିବ ।।

ତ୍ରେତୟାରେ ସିନା ଶ୍ରୀରାମ ପାଦ ସ୍ପର୍ଶ ପାଇ,

         ପାଶାଣି ଅହଲ୍ୟା ପାଇ ଥିଲା ମୁକତି ।।

ଏ କଳି ଯୁଗରେ ସାଧୁ ସନ୍ଥ ନାମରେ,

          ଭଣ୍ଡିବା ଠକିବା ସାର ହୋଇଛି ।।

ଉତ୍ତମ ପାତ୍ରରେ ଦାନ ଦେବା ପାଇଁ,

        ଭିକାରୀ ଅକ୍ଷମ ଚିହ୍ନିବା କଷ୍ଟ ହେଉଛି ।।

ଠାକୁରଙ୍କ ନାମରେ ଭିକ୍ଷା ନେଇ ଭଣ୍ଡ,

   ବ୍ୟାଙ୍କରେ ଟଙ୍କା ଜମା ରକ୍ଷି କୋରଡପତି ବନୁଛି ।।

ଘୋର କଳି କାଳ ଇଏରେ ଭାଇ ,

       ସଠିକ ପାତ୍ରରେ ଦାନ ଦେବା କଠିନ ଲାଗଇ ।।

ଯଦି ମନ ହୁଏ କେବେ ଦାନ ଦେବାପାଇଁ,

          ସ ହୃଦୟେ ସପାତ୍ରେ ଦାନ ଦିଏ ସେଠାଇଁ  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract