ପ୍ରିୟା-୮
ପ୍ରିୟା-୮
ଏକାନ୍ତରେ ବସି
ଯେତେକ ରୂପସୀ
କରୁଛନ୍ତି ଅନଶନ ,
ଈର୍ଷାରେ ଜଳି
ଭାଙ୍ଗନ୍ତି ଦର୍ପଣ
କରି ମିଥ୍ୟା ଅଭିମାନ ।
ତମେ ତାଙ୍କଠୁ ସୁନ୍ଦରୀ ବୋଲି
ଏକାଗ୍ର ଚିତ୍ତରେ ଏକ ଅଙ୍ଗୀ ବ୍ରତ
ନିଷ୍ଠାରେ ପାଳନ୍ତି ମିଳି ।
ଦେବେ ଆସନ୍ନ ଆଶଙ୍କା ଟାଳି ,
ଇପ୍ସିତ ପୁରୁଷ ତୁମକୁ ଦେଖି ଗୋ
ନଯାଆନ୍ତୁ ଆଉ ଢଳି ।
ଏକାମ୍ର କାନନେ ପାରିଜାତ ବନେ
ତମେ ସଜ ଫୁଟା ଶୁଭ୍ର କଳି
କୁହ , ପାରିବି କେମିତି ତୋଳି ?
ପ୍ରିୟା........।

