STORYMIRROR

dhruba behera

Romance

3  

dhruba behera

Romance

ପ୍ରିୟା :୧୮୫

ପ୍ରିୟା :୧୮୫

1 min
9.1K


ପ୍ରିୟା :୧୮୫

ନାହିଁ ସେହି ରାତି ନାହିଁ ସେ ଶରତ

ମଲାଜହ୍ନ ହସୁଅଛି

ତୁମ ପଥ ଚାହିଁ ଅଭିସାର ମୋର

ନିତି ବିରହେ ଭାଳୁଛି ।୧।


ପୂର୍ଣ୍ଣିମାର ଦେହେ କଳଙ୍କ ଲାଗିଛି

ଜୋଛନା ଯାଇଛି ହଜି

ସ୍ମୃତିର ସହରେ ସପନର ନିଦ

ପାଉନି ଅତୀତ ଖୋଜି ।୨।


ରୂପସୀର ରୂପ ଝଟକୁନି ଆଉ

ନାହିଁ ତା ଗୋଲାପି ହସ

କୋମଳ ଓଠଟି ଶିଥିଳ ହୋଇଛି

ପାଉନି ପ୍ରେମ ପିୟୁଷ ।୩।


ଗଭାର ଗଜରା ମହକୁନି ଆଉ

ନାହିଁ ସେ କୁନ୍ତଳ ଶୋଭା

ପାଦର ଅଳିତା ଫିକା ପଡିଅଛି

ଫଗୁଣର ନାହିଁ ଆଭା ।୪।


ସାତ ରଙ୍ଗ ତାର ଖେଳୁନାହିଁ ହୋଲି

ଇନ୍ଦ୍ରଧନୁ ଲିଭି ଅଛି

ତୁମରି ପଥର ପଥିକ ମୁଁ ପ୍ରିୟ

ଏକାନ୍ତେ ବସି ଭାବୁଛି ।୫।


ଧ୍ରୁବ ଚରଣ ବେହେରା ।

ତା :୨୫।୧୧।୧୮


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance