STORYMIRROR

dhruba behera

Inspirational

3  

dhruba behera

Inspirational

ନାରୀ ଶକ୍ତି

ନାରୀ ଶକ୍ତି

1 min
14.4K


      ନାରୀ ଶକ୍ତି 

ନାରୀ ଶକ୍ତି ଅଟେ ଜଗତେ ମହାନ୍ 

ନାରୀ ଦେବୀ ନାରାୟଣୀ 

ନାରୀ ବିନା ସୃଷ୍ଟି ଅନ୍ଧକାର ଲାଗେ 

ସେହି ଶକ୍ତି ସ୍ବରୂପିଣୀ ।।

 ଭଗିନୀ ରୂପରେ ବିଦ୍ୟମାନ ହୋଇ 

ପରସଇ ସ୍ନେହ ଭାବ 

ଜାୟା ରୂପେ ସେହି ପ୍ରେମର ସାଗରେ 

ମନ ଦେଇ ମନ ନେବ ।।

ମାଆ ପରି ଦିଏ ଆଦର କରୁଣା  

ସଦା ମନାସଇ ସୁଖ 

ବିପଦ ବେଳରେ ସେବାକରି ଥାଏ 

ନ କରଇ ଟିକେ ଦୁଃଖ ।।

ନାରୀ ପାଇଁ ଦିନେ ମହା ଭାରତରେ 

ଘଟିଥିଲା ମହା ରଣ 

ସତୀ ସୀତା ଯୋଗୁଁ ସ୍ଵର୍ଣ୍ଣ ମୟୀ ଲଙ୍କା 

ହରାଇ ଥିଲା ରାବଣ ।।

ରାଣୀ ଲକ୍ଷ୍ମୀବାଈ ସାହସର କଥା  

ଇତିହାସେ ଲିପିବଦ୍ଧ 

ଅସୀମ ଶାହସ ଗାରିମା ତାଙ୍କର 

ଏକା ଲଢୁଥିଲେ ଯୁଦ୍ଧ ।।

ତ୍ରିପୁର ବିଜୟୀ ମହିଷାସୁରର 

ଗର୍ବ ଅହଂଙ୍କାର ଗଲା 

ନାରୀ ମାୟାବଳେ ସୁନ୍ଦର ଜଗତ 

ପୂଣ୍ଯର ଶାଢୀ ପିନ୍ଧିଲା ।।

ବସୁନ୍ଧରା ଦୁଃଖେ ପାପିଷ୍ଟ କଂସର 

ସ ବଂଶ ଧ୍ବଂସ ହୋଇଲା 

କିର୍ତ୍ତୀର ଧ୍ବଜା ସେ ଫର ଫର ହୋଇ 

ନାରୀକୁ ସଲାମ କଲା ।।

ନାରୀ ଶକ୍ତି ଆଜି ସଶକ୍ତି କରଣ 

ଆଧୁନିକ ଭାରତରେ 

ଲଢାକୁ ବିମାନ ଉଡାଇ ଅଛନ୍ତି 

ଅବନୀ ମହା ଶୂନ୍ଯରେ ।।

କିରଣ ବେଦୀଙ୍କ ପରି ମହାନାରୀ

ଅଛନ୍ତି ଏହି ଧରାରେ 

ନାରୀର ଇଜ୍ଜତ ସର୍ବଦା କରନ୍ତୁ 

ନିହିତ ଶାସ୍ତ୍ର ବେଦରେ ।।

କନ୍ଯା ଭୃଣହତ୍ୟା ଅଟେ ମହାପାପ 

ଭୁଲିଯାଅ କାନେ କାନେ 

ନ କରି ହତ୍ୟା ଦିଅନ୍ତୁ ସୁରକ୍ଷା 

ହସିବ ଧରଣୀ ଦିନେ ।।

ଧନ୍ୟ ନାରୀ ଶକ୍ତି ଧନ୍ୟ ମୋ ଭାରତ

ସୁଖ ସପନରେ ଭରା 

ମାତୃଶକ୍ତିର ଅଦମ୍ଯ ସାହାସେ 

ହସୁଥାଉ ଏହି ଧରା ।।

ଧ୍ରୁବ ଚରଣ ବେହେରା ।

ତା :୦୮।୦୩।୧୭


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational