STORYMIRROR

dhruba behera

Inspirational

2  

dhruba behera

Inspirational

ମା

ମା

1 min
10.1K



ମମତାର ମୂଲ ଦେଇ କେ ପାରିବ ?

ମାଆ ପରି କେହି ନାହିଁ

ନିଜ ହାଡ ମାଂସ ରକ୍ତ ଅବଦାନେ

ଆମକୁ ଯିଏ ଗଢଇ ।୧।


କରୁଣାର ବାରି ଢାଳି ଦେଇଥାଏ

ଶହେ ମାନସିକ କରି

ମାଆ ପରି କେହି ହୋଇ ପାରିବେନି

ଆଶୀର୍ବାଦର ସେ ବାରି ।୨।


ଦଶ ମାସ ଯିଏ ଗର୍ଭ ରେ ଧରଇ

ସହେ କେତେ ଦୁଃଖ କଷ୍ଟ

ମାତୃତ୍ବର ଲାଗି ସୁମରି ଥାଏ ସେ

ନିଜ ଶିଶୁ ପାଇଁ ଇଷ୍ଟ ।୩।


ଯାହା ପାଇଁ ଆଜି ପାଇଛି ଠିକଣା

ସିଏ ମୋ ମମତାମୟୀ

ପାଦତଳେ ତାର ଥାଉ ମୋର ମଥା

ମୋ ଜନନୀ ପ୍ରାଣଦାୟୀ ।୪।


ପଣତ ରେ ତାର ସରଗର ସୁଖ

ମିଳେନି ହୀରା ପଲଙ୍କେ

ନିଜ ପେଟ ମାରି ଉଦର ମୋ ଭରେ

ସମୟର ପ୍ରତି ବାଙ୍କେ ।୫।


ଯାହା ପାଇଁ ମୁହିଁ ଦେଖିଲି ଦୁନିଆଁ

ଘୋର ଅନ୍ଧକାର ତେଜି

ସରଗର ସୁଖ ଜହ୍ନମାମୁଁ ଗୀତ

ନିତି ଆଣୁ ଥାଏ ଖୋଜି ।୬।


ସେହି ମୋ ଦୁନିଆଁ ମଙ୍ଗଳ କାରିଣୀ

ଶୀତଳ ଝରଣା ଟିଏ

ମୋର ଦୁଃଖ ଦେଖି ଲୋଟି ପଡିଯାଇ

ଲୋତକ ବସି ଝରାଏ ।୬।


ଶୁଣନ୍ତୁ ଲେଖକ ଜ୍ଞାନୀ ସହୋଦର

ଭାଇ ଓ ଭଉଣୀ ମାନେ

ମାଆ ହୃଦୟରେ ନ ଦେବଟି ଦୁଃଖ

ଏକଥା ରଖିବ ମନେ ।୭।


ମାଆ ପାଇଁ ଆଜି ଆମରି ଠିକଣା

ମାଆ ବିନା ନାଆଁ ନାହିଁ

ଅଜ୍ଞାନ ମୁଁ ଅଟେ ଜଣା ନାହିଁ ଲେଖା

ଟିକି କଥା ଦେଲି କହି ।।


ଧ୍ରୁବ ଚରଣ ବେହେରା ।

ତା :୨୯।୧୧।୧୮


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational