କାଳିଆ:୫୭
କାଳିଆ:୫୭
ଆଖି ଲୁହ ମୋର ଉଠ ପିଉ ଅଛି
ଦୁଃଖ ଯନ୍ତ୍ରଣାରେ ଥାଇ
କାହିଁକି ନୀରବ ଏ ଦୁଃଖୀ ବେଳକୁ
ଆରେ ମୋ କଳା ଗୋସାଇଁ ।ଘୋଷା ।
ଦେଇ ପାରିବିନି ଥାଳ ଭରି ପୂଜା
ମୁଁ ଏକ ଦରିଦ୍ର ହୀନ
ଫଟା କଉଡିଟେ ନାହିଁ ମୋର ପାଶେ
ହେ ପ୍ରଭୁ କଳାବଦନ
ଜୀବ ଥିବା ଯାଏ ତୋର ନାମ ରସ
ହେବ ମୋ ଫୁଲ ଚାଙ୍ଗୁଡ଼ି ।୧।
ନିତି ଡାକୁଥିବି ମୋ ଚକା ଆଖି କୁ
ସବୁ ଅଳି କରି ପାଶେ
ଭାବ ବିନୋଦିଆ ମୋ କଳା ସାଆନ୍ତ
ସବୁଠୁ ସୁନ୍ଦର ଦିଶେ
ଭକତ ରଙ୍କା ସେ ନୀଳାଚଳ ହରି
ଭକତ ଆଶାର ବାଡ଼ି ।୨।
ଏ ମାୟା ସଂସାର ଧର୍ମ ନାହିଁ ଆଉ
ଅଧର୍ମ ଝାଡୁଛି ଡେଣା
ପାପୀ କଂସ ଏଠି ହସୁଅଛି ବସି
ସାଧୁ ଖୋଜୁଛି ଠିକଣା
ନାହିଁ ଦୟାଟିକେ ମଣିଷ ମନରେ
ଧନ ମୋହେ କରେ ରଡି ।୩।
ଥିବି ଯେତେ ଦିନ ଏଭବ ସଂସାରେ
ରାମ ନାମ ଜପୁଥିବି
ହେଲେ ତା କରୁଣା ଜୀବ ଗଲାବେଳେ
କଳା ଜହ୍ନ କୁ ଦେଖିବି
ଏତିକି କରୁଣା କରିବୁ ଜଗାରେ
ତୁ ମୋ ଅନ୍ଧ ଲଉଡ଼ି ।୪।
ମୋ ମଥା ସଳିତା ନଇଁ ପଡୁଥାଉ
ଭାବରେ ସେ ଯାଉ ଟଳି
ତୋ ପଦ ଯୁଗଳ ପରମବ୍ରହ୍ମ ରେଣୁ
ମୁଣ୍ଡେ ହେଉଥାଉ ବୋଳି
ତାହା ହେବ ମୋର କୋଟି ପୂଣ୍ଯ ଫଳ
ମୋ ଜୀବନ ସୁନା ପେଡି ।୫।
ଧ୍ରୁବ ଚରଣ ବେହେରା ।
ତା :୨୪।୧୧।୧୮
