STORYMIRROR

Mahasmita Ojha

Romance

2  

Mahasmita Ojha

Romance

ପରିଚୟ କେବେ ଦିଅନା

ପରିଚୟ କେବେ ଦିଅନା

1 min
13.6K


ଖରା ନୁହେଁ ତୁମେ ଖଜୁରାହୋ ତୁମେ

ମୁଠାଏ ମରୁର ମୂର୍ଛନା

କେବେ ବୈଶାଖ ମଲ୍ଲୀର ମହକ

କେବେ ନିଦାଘର ଅଗଣା।


ଖରାର ଦେହରେ ଝଡ ରୂପ ନେଇ

ଲୁଟିନିଅ ମରୁ ଝରଣା

କୃଷ୍ଣଚୂଡାର ନାଲି ଅଧରରେ

ତୁମେ ଯେ ପ୍ରୀତିର ଜୋଛନା।


ଆମ୍ବ ପଣସର ମହମହ ବାସ

ତୁମେ ତୃପ୍ତିର କାମନା

ମହଣେ ମଲ୍ଲୀର ଶୁଭ୍ର ବିଛଣାରେ

ତୁମେ ମିଳନର ସୂଚନା।


ତୁମ ଦେହ ଛୁଇଁ ପଲ୍ଲବିତ ହୁଏ

କଅଁଳ ପତ୍ରର ଠିକଣା

ଯାଯାବର ପରି ଘୂରି ବୁଲୁଥାଅ

ପରିଚୟ କେବେ ଦିଅନା।


Rate this content
Log in

Similar oriya poem from Romance