STORYMIRROR

sasmita sahu

Inspirational

3  

sasmita sahu

Inspirational

ପ୍ରେରଣା

ପ୍ରେରଣା

1 min
13.4K


ଝୁଡ଼ିଏ ଓଦାମାଟିରେ ଶ୍ରଦ୍ଧା ଫୁଲଟିଏ

ପୋତିଥିବା ଲୋକ ସିଏ

ଅତନ୍ଦ୍ର ଆଖିରୁ ତନ୍ଦ୍ରା ତୁଟେଇ

ବାଟ କଢ଼ାଇଥିବା ଲୋକ ସିଏ

ଆଗ୍ରହର କମିରେ ବନାହରିଣୀର

ଯାଦୁକାଠି ମାରୁଥିବା ଲୋକ ସିଏ

ବନ୍ଧୁର ପଥ ଡେଇଁବାର

କୌଶଳ ଦେବା ଲୋକ ସିଏ

ଅଗ୍ନିପରୀକ୍ଷା ବେଳେ ମୁଁ ଅଛି

ବୋଲି ବୋଧଦେବା ଲୋକ ସିଏ

ନୂଆ ଦେଖୁଥିବା ପୃଥିବୀରେ

ଆହୁରି କରିବାର ଅଭିପ୍ସାଦେବା ଲୋକ ସିଏ

ଯୁଦ୍ଧ ଫେରନ୍ତା କ୍ଲାନ୍ତ ପାଦରେ

ଗରମ ହାତ ଦେଉଥିବା ଲୋକ ସିଏ

ପେଟଭର୍ତ୍ତି ଖୁଆଇ

ଭୋକମାରୁଥିବା ଲୋକ ସିଏ

ଭୁଲ ଉପରେ ପଣତ ଢାଙ୍କି

ବାପାଙ୍କ ଗାଳିରୁ ବଞ୍ଚାଉଥିଵା ଲୋକ ସିଏ

କେହିନୁହେଁ ମୋ ପ୍ରେରଣା: ମା' ସିଏ

-ସସ୍ମିତା ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational