STORYMIRROR

Sribatsa Dash

Romance

4  

Sribatsa Dash

Romance

ପ୍ରେମର ସଂଜ୍ଞା

ପ୍ରେମର ସଂଜ୍ଞା

1 min
263

ପ୍ରେମ ଶବ୍ଦ ଅର୍ଥ ସ୍ନେହ, ଶ୍ରଦ୍ଧା ଭାବ

   ସମର୍ପଣ ପରିତୃପ୍ତି

ପ୍ରେମ ମାନେ ପୁୁଣି ସ୍ପୃହା ଅନୁରାଗ

   ଆନନ୍ଦ ଉଲ୍ଲାସ ପ୍ରୀତି।।


ପ୍ରଣୟ ପ୍ରୀଣନ ସ୍ୱାର୍ଥହୀନ ତ୍ୟାଗ

   ପ୍ରେମ ଯେ ଅମୃତମୟ

ସମ୍ବେଦନଶୀଳ ସହାନୁଭୂତି

   ପ୍ରେମର ପରିଚୟ।।


ପ୍ରେମ ନିିିରାକାର ନିର୍ଗୁଣ ନିିିିର୍ମାୟା

   ଆଧ୍ୟାତ୍ମିକ ଦେହାତୀତ

ପ୍ରେମ ପୁୁଣି କେବେ ପାର୍ଥିବ ଦୈହିକ  

   ନିିଷ୍ପାପ ହୃଦୟେ ଜାତ।। 


ପ୍ରେମଯେ ସକ୍ରିୟ ପ୍ରେମ ଗତିଶୀଳ

   ପୂର୍ଣ୍ଣତାର ଦିିିବ୍ୟସ୍ପନ୍ଦନ

ସାମର୍ଥ୍ୟ ଦକ୍ଷତା ପ୍ରେରଣା ଆଦିରେ

   ପ୍ରେମ ଶବ୍ଦର ନିଷ୍ପନ୍ନ ।।

   


Rate this content
Log in

Similar oriya poem from Romance