STORYMIRROR

Prayash Kumar Bhue

Romance

2  

Prayash Kumar Bhue

Romance

ପ୍ରେମ

ପ୍ରେମ

1 min
2.5K


କେବେ ତମେ ରାଧା

କେବେ ତମେ ମୀରା ସାଜି

ପ୍ରେମର ଭାଷା ସିଖେଇ ଦେଲ

ଏ ମନ ପ୍ରାଣରେ,

କେବେ ପ୍ରେମର ବର୍ଷାରେ

ଓଦା କଲ ତନୁ ମନକୁ

ତ କେବେ ପ୍ରେମର ବାଆରେ

କଲ ଶୀତଳ ମନ ପ୍ରାଣକୁ

ତ ଆଉ କେବେ ପୁଣି

ଦାଉ ଦାଉ ପ୍ରେମ ଖରା ଝାଞ୍ଜରେ

ମନକୁ ପଥରଠୁ କଲ ଟାଣ

କେତେ ବଳ ତାର

ଫୁଲକୁ ପଥର କରିଦିଏ

ଆଉ ପଥର ହୃଦୟକୁ ଫୁଲ

ସମୟର ଗତି କଥା କହେ

ସନ୍ଦେହ ନିଃସନ୍ଦେହର

ପ୍ରେମର ମାପ ହୁଏ

ବିଶ୍ଵାସର ତରାଜୁରେ

ମିଛ ମାୟା

ଆଉ କେତେ ସତର….


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance