STORYMIRROR

Prayash Kumar Bhue

Others

3  

Prayash Kumar Bhue

Others

ଏମିତି ଏକ ରାତି

ଏମିତି ଏକ ରାତି

1 min
250

ହସୁଥିଲା ଜହ୍ନ ତାରା ମେଳରେ

ଖେଲୁଥିଲା ଖେଳ ପ୍ରିତୀର କଇଁ ସହ

ଲୁଚିଯାଉଥିଲା କେବେ ମେଘରେ

ତ କେବେ ହସ ମୁହଁରେ ଢାଳିଦଉଥିଲା

ପରସ୍ତ ପରସ୍ତ ଯୋଛନା

କଇଁର କୋମଳ ଅଂଗ ପ୍ରତ୍ୟଂଗକୁ ଛୁଇଁ ।


ଲାଜେଇ ଯାଏ ଲାଜକୁଳି ଲତା ପରି

ନବବଧୁ ସାଜେ ଓଢଣା ତଲର

ଓଠକୁ ଚାବି ମାଟିତଲେ ଗାରେଇ ଚାଲେ

ମୂଲ ଆଂଗୁଠିରେ ଇତସ୍ତତଃ ଭାବେ

ହଜିଯାଏ କଲ୍ପନା ସହରେ ।


ଭାବିନିଏ କେତେ କଥା

ସାଇତି ରଖିନିଏ ଆଁଖିରେ ଆଁଖିରେ

ଗାଇଯାଏ କେତେ ଗୀତ ହୃଦୟର

ଲେଖିଦିଏ କାବ୍ୟ କବିତା ଅକୁହା ଭାଷାର

ହୃଦୟରେ , ଛାତିରେ ଏମିତି ଏକ ରାତିରେ ।



Rate this content
Log in