STORYMIRROR

Prayash Kumar Bhue

Inspirational

2  

Prayash Kumar Bhue

Inspirational

ମୂଲ୍ୟ

ମୂଲ୍ୟ

1 min
13K


ପଥର ହୃଦୟ ଧାରଣ କରିଛ

ବୁଝିବ କି ଲୁହର ମୂଲ୍ୟ?

ସଦଭାବନା ନାହିଁ ଯେଉଁ ହୃଦୟରେ

ଜାଣିବ କି ହସର ମୂଲ୍ୟ?

ମାଆ ବାପାଙ୍କୁ ଯେ ମଣନ୍ତି ହୀନ

ଭଗବାନ କେମିତି ସହିବ,

କାଳ ତା ପଛେ ପଛେ ଗେଡାଏ

ମୁଣ୍ଡକୁ ଗ୍ରାସେ ଦଇବ ।

ଦୁଃଖ ଯନ୍ତ୍ରଣା ବିଷାଦ ମନ

ହେବ ଦେହେ ଆଗମନ,

ବିଷମ ସ୍ଥିତି ଚକ୍ଷୁ ଦେଖିବ

ବିକଳ ହେବ ପରାଣ ।

ଗର୍ବ ଅହଂକାର ହୋଇବ ଖର୍ବ

ବୁଝିଲେ ଜୀବର ମୂଲ୍ୟ,

ଧନ ସଂପତ୍ତି ପିତ୍ତଳ ସମ

ହୋଇବ ଯେବେ ତୁଲ୍ୟ ।

ସ୍ନେହ ମମତା ପ୍ରେମ ବନ୍ଧନ

ବୋଲାଏ ଯାଏ ଅମୂଲ୍ୟ,

ପିତାମାତା ଯହିଁ ପୂଜିତ ହୁଅନ୍ତି

ଘର ସେହି ସ୍ଵର୍ଗ ତୁଲ୍ୟ ।

ଯାହା ମୁଣ୍ଡେ ଥାଏ ପିତାମାତାଙ୍କର

ଶୁଭାଶିଷ ଆଶୀର୍ବାଦ,

ବିଷମ ରେଖା ଉଭେଇ ଯାଏ

ପୁଷ୍ପସମ ହୁଏ ପଥ ।


ପ୍ରସନ୍ନ ପ୍ରୟାସ ଭୁଏ

ରାଞ୍ଚି,ଝାରଖଣ୍ଡ


Rate this content
Log in

Similar oriya poem from Inspirational