Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotiprava Devi

Abstract Classics

4  

Jyotiprava Devi

Abstract Classics

ପ୍ରଭୁଙ୍କ ସୃଷ୍ଟି

ପ୍ରଭୁଙ୍କ ସୃଷ୍ଟି

1 min
3



ତୁଳସୀ ପୁଣ୍ୟବତୀ (୨)

ଧନ୍ୟା ସେ ବୃନ୍ଦା ବତୀ 


କି ଭାଗ୍ୟ ଦେଖ

ମସ୍ତକେ ପ୍ରଭୁଙ୍କ

ଲାଗି ହେଉଛନ୍ତି

ନିତି ନିତି


ପ୍ରଭାତୀ ଫୁଲଟି

ସାଧ୍ବୀ କି ତାପସୀ!

ପ୍ରଭୁଙ୍କ ଗଳାରେ ଝୁଲେ

ପଟରେ ଗୁନ୍ଥି

ହାରଟି ସାଜି 

ଯାଏ ମହକି (୨)


ସପ୍ତ ବର୍ଣ୍ଣ ଇନ୍ଦ୍ରଧନୁ

ବର୍ଣ୍ଣlଳି ଫୁଲର ତନୁ

ଆକାଶରୁ ଭୂମି

ଶୋଭିତ ପୁଣି

ଭଳି ଭଳି ରଙ୍ଗ

ଭିନ୍ନ ଆକୃତି


ତୁଳସୀ ପୁଣ୍ୟବତୀ ....


ଚନ୍ଦନ କାଷ୍ଠରେ

ଭରିଛି ସୁଗନ୍ଧି

ଶ୍ରୀଅଙ୍ଗେ ବୋଳି

ପ୍ରଭୁ ଲଭନ୍ତି ତୃପ୍ତି

ଚନ୍ଦନ, ପାଣି

ପାଇଲେ ସିଦ୍ଧି 


ବାଉଁଶ ମୋହନ ବଂଶୀ 

ସୁର ରେ ଦେଇଛି ଛନ୍ଦି 

ବୃକ୍ଷ ଗୁଳ୍ମ ଫଳ

ନଦୀ ଦୁର୍ବାଦଳ

ଲତା ପତ୍ର ମୂଳ

ତାଙ୍କର ସୃଷ୍ଟି


ତୁଳସୀ, ପୁଣ୍ୟବତୀ....।।


Rate this content
Log in

Similar oriya poem from Abstract