Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotiprava Devi

Abstract Classics Inspirational

4  

Jyotiprava Devi

Abstract Classics Inspirational

ଭୟ ନାହିଁ ବେନିଭାଇଙ୍କୁ

ଭୟ ନାହିଁ ବେନିଭାଇଙ୍କୁ

1 min
4



ଭୟ ନାହିଁ ସେଇ ବେନି ଭାଇ ,ବନମାଳୀଙ୍କୁ ବଳରାମଙ୍କୁ

ପୁତନା, ଶକଟା ମାରି

ତାରି ଜମଳାର୍ଜୁନଙ୍କୁ

ଭୟ ନାହିଁ ।


ଖାଉଥିଲେ ଖୋଳି ମାଟି 

ମାଆ ଖୋଲିଦେଲେ ପାଟି

ଦେଖିଲେ ଭୂବନ ତିନି 

ଜଗତ ବିଶ୍ଵରୂପକୁ ।


ନନ୍ଦ ରାଣୀ ଆକଟ କରନ୍ତି

ପ୍ରାଣଧନକୁ, ଧରି କାନକୁ

ଛନ୍ଦ ନ ପାରନ୍ତି ଜାଣି 

ବାନ୍ଧନ୍ତି କଳାକାହ୍ନୁଙ୍କୁ


ଭୟ ନାହିଁ ସେଇ ।


ଗୋପାଳ ପୁଅଙ୍କ ସାଙ୍ଗେ

ଧୂଳି ଉଡେ ଖେଳି ଦାଣ୍ଡେ


ଚୋରାନ୍ତି ସର , ଲବଣୀ 

ଭାଙ୍ଗି ଦହି ହାଣ୍ଡିକୁ


ନନ୍ଦଦୁଲାଳ ନିନ୍ଦା ଶୁଣାନ୍ତି

ଯଶୋମତିଙ୍କୁ, ନନ୍ଦରାଜାଙ୍କୁ

ଅଝଟ ପଣକୁ ସହି

କୋଳାନ୍ତି ରାମକୃଷ୍ଣଙ୍କୁ


ଭୟ ନାହିଁ ସେଇ ।


ଘେନି ଗାଈ ଗୋଠ ବନେ

ଚରାଇଲେ ନିତି ଦିନେ

ବକାସୁର ବେକ ଭାଙ୍ଗି 

ଦଂଶି ପ୍ରଳମ୍ବା ଦର୍ପକୁ


ଭୟ ନାହିଁ ସେଇ ।


Rate this content
Log in