ପର୍ବ
ପର୍ବ
କରୋନା କାଳରେ ମଧ୍ୟ
ଆମର ଏଠି ରାଜନୈତିକ ଦଳ ମାନଙ୍କର
ମଞ୍ଚରେ ଚାଲିଛି ମିଶ୍ରଣ ପର୍ବ।
ଉପନିର୍ବାଚନ ପାଇଁ ହେଉଛି ପ୍ରସ୍ତୁତି ପର୍ବ।
ସାମନ୍ତରାପୁରରେ ଚାଲିଛି
ଦିନ ଦ୍ବିପ୍ରହରେ ହତ୍ୟାର ପର୍ବ।
ପୋଲିସ କମିଶନର କହୁଛନ୍ତି
ନୂଆ ନୁହେଁ ଏ ପର୍ବ।
ଭିଡ଼ ଭାଡ଼ ଜମାଇ ନ୍ୟୁଜ୍ ଚ୍ୟାନେଲ ମାନଙ୍କର
ଚାଲିଛି ଏଠି ଟି:ଆର :ପି ପର୍ବ।
କେବଳ ରୋକ୍ ଲାଗିଛି
ପାଳିବାକୁ ମା ଦୁର୍ଗାଙ୍କ ପର୍ବ।
