STORYMIRROR

Manorama Mohanty

Abstract

2  

Manorama Mohanty

Abstract

ପ୍ରାଣ ପ୍ରଭୁ ଈଶ୍ୱର

ପ୍ରାଣ ପ୍ରଭୁ ଈଶ୍ୱର

1 min
179

ପହିଲି ଦେଖାରେ ଜାଣିଲି

ପ୍ରାଣ ପ୍ରଭୁ ଈଶ୍ୱର

ହୃଦୟ ଦେବତା ଘେନିବା

ହେଉ ଅର୍ଘ୍ୟ ମୋହର

ପୂଜା ଆରାଧନା ବନ୍ଦନା ସ୍ତୁତି

କିଛି ନ ଜାଣେ ମୁହିଁ

କି ଭାବେ ପୂଜିବି ପ୍ରଭୁ ହେ

ଥରେ ଦିଅ ବତାଇ

ଜଗତ ର ହିତ ନିମନ୍ତେ

ତୁମ୍ଭେ ଦରଦୀ ବନ୍ଧୁ

ନିସ୍ଵ ଜନେ କୃପା ବରଷି

ରଖ ହେ ଦୀନବନ୍ଧୁ

ରୋଗ ଦୁଃଖ କାଳ କରାଳ

ଆସେ ଭଵ କୁ ମାଡି

ହା ହା କାରେ ଜୀବ ସକଳେ

ଛାଡେ ବିକଳେ ରଡି

କୈବଲ୍ୟ ବାଣ୍ଟୁଛ ଶ୍ରଦ୍ଧା ରେ

କେହି ମାଗିବା ଆଗୁ

ତୁମରି କରୁଣା କଣିକା

ମୋର ମଥା ରେ ଲାଗୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract