STORYMIRROR

ABADHOOT PANDA

Abstract Others

4  

ABADHOOT PANDA

Abstract Others

ପ୍ରାଣ ପୋଷକ ଧୂସରିତ ଧରା

ପ୍ରାଣ ପୋଷକ ଧୂସରିତ ଧରା

1 min
331


ବାଦାମୀ ରଙ୍ଗର ମହିମା ଅଟଇ ପ୍ରତୀକ

ପ୍ରକୃତିର ଗନ୍ତାଘର ମହୀରେ ସ୍ଥାପକ l


ଆମେ ବଢ଼ୁ ପ୍ରକୃତିର ଧାରକ ବସୁମତୀ କୋଳେ

ଜୀବନର ମୂଲ୍ୟାଙ୍କନ କରିଚାଲୁ କାଳେ କାଳେ l


ପ୍ରକୃତି ଦତ୍ତ ସମ୍ପଦେ ଲଭୁ ଆମେ ଜୀବନ

ସ୍ୱାସ୍ଥ୍ୟକର ଖାଦ୍ୟ ପେୟ କରି ଅଜନ୍ମ ସେବନ l


ସଂସାର ଗଢ଼ିଛୁ ଆମେ ହୋଇ ନିର୍ଭରଶୀଳ

ପରସ୍ପର ମଧ୍ୟେ ସ୍ନେହ ପ୍ରେମ ବାଣ୍ଟି ଚିର କାଳ l


ବୈଚିତ୍ରପୂର୍ଣ୍ଣ ପୃଥିବୀର ଅଗଣିତ ଜନ ଗଣ

ମାତ୍ର କାୟ ମନ ଜଡ଼ିତ ବ୍ୟାଧି କରନ୍ତି ନିଧନ l


ପ୍ରକୃତିର ଜଡ଼ି ବୁଟି ସବୁ ବିଧିର ଅମୁଲ୍ୟ ଦାନ

ସୃଷ୍ଟି ଆରମ୍ଭରୁ କରିଆସୁଛି ପ୍ରାଣ ପୋଷଣ l


ଭୁଲି ପାରିବୁନି ତୁମକୁ ଆହେ ବାଦାମୀ ରଙ୍ଗ

ବଦାନ୍ୟତାରେ ପରିପୂର୍ଣ୍ଣ ତୁମ ମାନବୀୟ ଢଙ୍ଗ l


ମାଟିମାର ରଙ୍ଗ ତୁମେ ସଦା ନିର୍ଭର ଯୋଗ୍ୟ

କରିଛ ସବୁଜ ଶ୍ୟାମଳ ଧରାକୁ ଜନଗଣ ଭୋଗ୍ୟ l


ଚମକୁ ଥାଅ ସଦା ହେ ବାଦାମୀ ବର୍ଣ୍ଣ ତୁମେ

ଧୂସରାୟିତ ଗୋଲକ ମଣ୍ଡଳ ଭୂମି ପରିକ୍ରମେ l


ଉଦ୍ଭିଦ ଜୀବ ଜଗତର ସଦା ତୁମେ ତ ପୋଷକ

ମହାଶୁନ୍ୟେ ଗ୍ରହ ଗ୍ରହାନ୍ତରେ ତୁମେ ହିଁ ଦ୍ୟୋତକ l


ଯାହା କିଛି ଆମେ ଆଜି ହେଇଛୁ ପ୍ରତୀୟମାନ

ସବୁ କିଛି କଳ୍ପାନ୍ରରେ ବିବର୍ତ୍ତନବାଦେ ତଵ ଅବଦାନ l

            


Rate this content
Log in

Similar oriya poem from Abstract