STORYMIRROR

Akshaya Kumar

Comedy Inspirational

3  

Akshaya Kumar

Comedy Inspirational

ପୋଡ଼ାମୁହାଁ

ପୋଡ଼ାମୁହାଁ

1 min
182

ବାପା ମାଆଙ୍କର ପୋଡ଼ାମୁହାଁ ମୁଁ

ଜେଜେଙ୍କର ଗେହ୍ଲା ନାତି

ଆଈମା ମୋହର ପ୍ରେମିକା ସମାନ

ଗେଲ କରୁଥାଏ ନିତି ।....।।୧।।


ମାୟାର ଜାଲରେ 

ମାୟା ପଡ଼ିଅଛି

ତାକୁ ବଞ୍ଚାଇବ କିଏ

ପୋଡ଼ାମୁହାଁ ଏଠି କୁମ୍ଭକର୍ଣ୍ଣ ପରି

ସଦା ସର୍ବଦା ଶୁଏ ।....।।୨।।


ସକାଳେ ମୋବାଇଲ

ସନ୍ଧ୍ୟାରେ କ୍ରିକେଟ୍

ରାତିରେ ତାସ୍ ପାଲି

ଏ ପୋଡ଼ାମୁହାଁକୁ କଣ କହିବୁ

ବାହାନା କରୁଚି ଡେଲି ।...।।୩।।


ଏମିତି କିଛି କାମ ନାହିଁ

କି ଦାମ ନାହିଁ 

ପୋଡ଼ାମୁହାଁ ଯିବ ବଳି

ଆମ ଭଳି ପୋଡ଼ାମୁହାଁ ସତର୍କ ହୋଇଲେ

କୋରଣା ଯିବ ଡରି।.....।।୪।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy