STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ଫର୍ଦ୍ଦ

ଫର୍ଦ୍ଦ

1 min
181


କୋଉ ଫର୍ଦ୍ଦ କଥା କହିବି ଲେଖିବି

ଅନୁଭୂତି ଅବା ବାୟୋଗ୍ରାଫି

ସତ କହିବି ନା ମିଛ କହିବି ନା ଅଙ୍ଗେ

ଲିଭାଇବା କଥା କିଛି ପିଇ କଫି

ବହିର ଅନେକ ଫର୍ଦ୍ଦରେ ଦେଖିଛି ଶିଖିଛି

ଜାତୀୟ ହିରୋଙ୍କ ପ୍ରତିଛବି

ବହିରେ ପଢିଛି ଶିଖିଛି ଭୂଗୋଳ ଇତିହାସ

ସୃଜନ ସାହିତ୍ୟ ଶବ୍ଦ ରବି

ମନର ଫର୍ଦ୍ଦରେ ଅନେକ ସ୍ମୃତିର ସୌଧ

ପୃଷ୍ଠା ପରେ ପୃଷ୍ଠା କେତେ ବାକି

ହୃଦୟ ସ୍ପନ୍ଦନ ମହକ ଚନ୍ଦନ ମନର ଦହନ

 କରିଦିଏ ପୃଷ୍ଠା ମତେ କାରୁବାକୀ

ଗଛର ପୃଷ୍ଠାରେ କେତେ ଫଳ ମୂଳ ଡ଼ାଳ

ଜରଦଗବ ମୁଁ ଗୃଧ ପକ୍ଷୀ

ନଈର ପୃଷ୍ଠାରେ ନାଉରୀ ଲେଖେ ଜୀବନେ

କିଏ କେତେ କେବେ ସାକ୍ଷୀ ସଖୀ

ସମୁଦ୍ର ପୃଷ୍ଠାକୁ ଓଲଟାଇବାକୁ ସାହାସରେ

 ଆଙ୍କିଦେଲି ନିଜକୁ ବାଲି ମାଖି

ଢେଉର ପ୍ରତିଟି ପୃଷ୍ଠା କହିଗଲା କାନେ

ମମତାଜ ତୁ ନୁହଁ ତୁଚ୍ଛା ବୋକୀ

ଆକାଶ ପୃଷ୍ଠାରେ ତାରାଫୁଲ ମାନେ ଫୁଟି

କହିଲେ ଧରା ପରେ ଜହ୍ନର ନାମ ଲେଖି

ସାହିତ୍ୟ ବିଜ୍ଞାନ ଇତିହାସ ପୃଷ୍ଠାରେ ପୃଷ୍ଠାରେ

ଜହ୍ନ ନାମରେ ଫର୍ଦ୍ଦେ ଫର୍ଦ୍ଦେ ଦେଖି

କବିର କବିତା ଗାଳ୍ପିକର ଗଳ୍ପ ଉପନ୍ୟାସ

ଫର୍ଦ୍ଦ ପଢୁ ପଢୁ ଗଲେ ଶଙ୍କି

ଏ ଫର୍ଦ୍ଦର ଭାଷା ସେ ଫର୍ଦ୍ଦ କହେନା କାହିଁକି

ଉତ୍ତରରେ କିଏ ଦେଲା ଛିଙ୍କି

ସରଳ ମନରେ ଗରଳ ନଭରି ସାଦା ସିଧା ହେଲେ

ଜୀବନ ତୁଳୀରେ ଚିତ୍ରଗୀତି ଫର୍ଦ୍ଦେ ଦେବା ଆଙ୍କି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract