ଫର୍ଦ୍ଦ
ଫର୍ଦ୍ଦ
କୋଉ ଫର୍ଦ୍ଦ କଥା କହିବି ଲେଖିବି
ଅନୁଭୂତି ଅବା ବାୟୋଗ୍ରାଫି
ସତ କହିବି ନା ମିଛ କହିବି ନା ଅଙ୍ଗେ
ଲିଭାଇବା କଥା କିଛି ପିଇ କଫି
ବହିର ଅନେକ ଫର୍ଦ୍ଦରେ ଦେଖିଛି ଶିଖିଛି
ଜାତୀୟ ହିରୋଙ୍କ ପ୍ରତିଛବି
ବହିରେ ପଢିଛି ଶିଖିଛି ଭୂଗୋଳ ଇତିହାସ
ସୃଜନ ସାହିତ୍ୟ ଶବ୍ଦ ରବି
ମନର ଫର୍ଦ୍ଦରେ ଅନେକ ସ୍ମୃତିର ସୌଧ
ପୃଷ୍ଠା ପରେ ପୃଷ୍ଠା କେତେ ବାକି
ହୃଦୟ ସ୍ପନ୍ଦନ ମହକ ଚନ୍ଦନ ମନର ଦହନ
କରିଦିଏ ପୃଷ୍ଠା ମତେ କାରୁବାକୀ
ଗଛର ପୃଷ୍ଠାରେ କେତେ ଫଳ ମୂଳ ଡ଼ାଳ
ଜରଦଗବ ମୁଁ ଗୃଧ ପକ୍ଷୀ
ନଈର ପୃଷ୍ଠାରେ ନାଉରୀ ଲେଖେ ଜୀବନେ
କିଏ କେତେ କେବେ ସାକ୍ଷୀ ସଖୀ
ସମୁଦ୍ର ପୃଷ୍ଠାକୁ ଓଲଟାଇବାକୁ ସାହାସରେ
ଆଙ୍କିଦେଲି ନିଜକୁ ବାଲି ମାଖି
ଢେଉର ପ୍ରତିଟି ପୃଷ୍ଠା କହିଗଲା କାନେ
ମମତାଜ ତୁ ନୁହଁ ତୁଚ୍ଛା ବୋକୀ
ଆକାଶ ପୃଷ୍ଠାରେ ତାରାଫୁଲ ମାନେ ଫୁଟି
କହିଲେ ଧରା ପରେ ଜହ୍ନର ନାମ ଲେଖି
ସାହିତ୍ୟ ବିଜ୍ଞାନ ଇତିହାସ ପୃଷ୍ଠାରେ ପୃଷ୍ଠାରେ
ଜହ୍ନ ନାମରେ ଫର୍ଦ୍ଦେ ଫର୍ଦ୍ଦେ ଦେଖି
କବିର କବିତା ଗାଳ୍ପିକର ଗଳ୍ପ ଉପନ୍ୟାସ
ଫର୍ଦ୍ଦ ପଢୁ ପଢୁ ଗଲେ ଶଙ୍କି
ଏ ଫର୍ଦ୍ଦର ଭାଷା ସେ ଫର୍ଦ୍ଦ କହେନା କାହିଁକି
ଉତ୍ତରରେ କିଏ ଦେଲା ଛିଙ୍କି
ସରଳ ମନରେ ଗରଳ ନଭରି ସାଦା ସିଧା ହେଲେ
ଜୀବନ ତୁଳୀରେ ଚିତ୍ରଗୀତି ଫର୍ଦ୍ଦେ ଦେବା ଆଙ୍କି ।
