STORYMIRROR

Manorama Mohanty

Abstract

2  

Manorama Mohanty

Abstract

ଫଗୁଣ କି ଆସିନାହିଁ

ଫଗୁଣ କି ଆସିନାହିଁ

1 min
2.9K

ଫଗୁଣ କି ଆସିନାହିଁ ତୋରଗାଁକୁ 

ମଳୟକି ଛୁଇଁନାହିଁ ତୋରଦେହକୁ 

 କୋଇଲି କି ଗାଉନାହିଁ

ମନରେ ତୋ ପଡେ ନାହିଁ 

ନେଲା କି ଚୋରାଇ କିଏ 

      ତୋର ମନକୁ


ତୋଗାଆଁରେଫୁଟେନି କି 

       କେତକୀ ଫୁଲ 

ତୋ ସାଥେକି କେହିକେବେ 

       ହୁଏନି ଗେଲ 

ତମ ଗାଆଁ ଆକାଶରେ 

ଆମ ଗାଆଁ ମେଘ ଯାଏ 

ଭାସି ଭାସି ତୋତେ ମୋର 

       ଚିଠି ଦେବାକୁ


କୁଳୁକୁଳୁ ବହେନି କି 

      ତୋ ଗାଆଁ ନଈ 

ମୋ କଥା କାନେ ତୋର 

      କୁହଇ ନାହିଁ 

ମୁଁ ଝୁରୁଛି ତୋତେ ସଖୀ 

ସପନ ରେ ଦେଖି ଦେଖି 

କେମିତି ରହିଛୁ ଭୁଲି ତୁ 

       ଏତେ ଭାବକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract