STORYMIRROR

Titi Sarangi

Inspirational

3  

Titi Sarangi

Inspirational

ଫଗୁବୋଳା ସକାଳଟିଏ

ଫଗୁବୋଳା ସକାଳଟିଏ

1 min
13.4K


ପେନ୍ଥି ବଉଳରେ ନେସା ସହକାର ଭସେଇ ଦେଉଛି ମଧୁର ବାସନା

ଭିଜେଇ ଦଉଛି ମନକୁ ଦେହକୁ କୋଇଲି ଗାଉଛି ପଞ୍ଚମ ରସ

ପବନରେ ପ୍ରେମ ଯାଇଛି କି ମିଶି ବସନ୍ତ ଆସିଛି ଫଗୁଣ ହାତେ

ଶିମିଳି ଗଛରେ ପକ୍ଷୀଙ୍କର ମେଳା ହଜି ଯାଇଛନ୍ତି ଦାମ୍ପତ୍ୟ ସୁଖେ

କେତେ ଅନାମିକା ପକ୍ଷୀ ପୁଣି କେତେ ବେତା ବେତା ଫୁଲ ବଗିଚା ଦେହେ

ଏଇ ବୋଧେ ସ୍ବର୍ଗ ସବୁଠୁ ସୁନ୍ଦର ଋତୁଙ୍କର ରାଜା ଏ ଧରା କହେ

ରଙ୍ଗର ପସରା ଦେହରେ ମେଲିଛି ଶାଗୁଆ ସପନ ସୁନେଲୀ ମନ

ହଳଦୀବସନ୍ତ ଡେଣାରେ ଜଡେଇ ସାଥୀ ମେଳେ ହସେ ଏଇ ଜୀବନ

ଜୀବନ ନୁହଁଇ ଯନ୍ତ୍ରଣା କେବେ ଗୋଲାପି ଗୋଲାପି ପ୍ରେମର ଛୁଆଁ

ସେଇ ନୀଳ ନିଶା ଭାଙ୍ଗ ପଣା ଭଳି ପିଆଇ ଯେ ଦିଏ ଫଗୁଣ ତା ନାଆଁ

ଫଗୁଣ ସକାଳ ଫଗୁବୋଳା ବାଆ ଆସିଛି ସତେ କି କେଉଁ ପୁରରୁ

ସରିବା ଆଗରୁ ଭୋଗି ନବା ଥରେ ମୁହୂର୍ତ୍ତଟିଏ ଜୀବନ ଭିତରୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational