ଫଗୁବୋଳା ସକାଳଟିଏ
ଫଗୁବୋଳା ସକାଳଟିଏ
ପେନ୍ଥି ବଉଳରେ ନେସା ସହକାର ଭସେଇ ଦେଉଛି ମଧୁର ବାସ୍ନା
ଭିଜେଇ ଦଉଛି ମନକୁ ଦେହକୁ କୋଇଲି ଗାଉଛି ପଞ୍ଚମ ରସ ା
ପବନରେ ପ୍ରେମ ଯାଇଛି କି ମିଶି ବସନ୍ତ ଆସିଛି ଫଗୁଣ ହାତେ
ଶିମିଳି ଗଛରେ ପକ୍ଷୀଙ୍କର ମେଳା ହଜି ଯାଇଛନ୍ତି ଦାମ୍ପତ୍ୟ ସୁଖେ ା
କେତେ ଅନାମିକା ପକ୍ଷୀ ପୁଣି କେତେ ବେତା ବେତା ଫୁଲ ବଗିଚା ଦେହେ
ଏଇ ବୋଧେ ସ୍ବର୍ଗ ସବୁଠୁ ସୁନ୍ଦର ଋତୁଙ୍କର ରାଜା ଏ ଧରା କହେ ା
ରଙ୍ଗର ପସରା ଦେହରେ ମେଲିଛି ଶାଗୁଆ ସପନ ସୁନେଲୀ ମନ
ହଳଦୀବସନ୍ତ ଡେଣାରେ ଜଡେଇ ସାଥୀ ମେଳେ ହସେ ଏଇ ଜୀବନ ା
ଜୀବନ ନୁହଁଇ ଯନ୍ତ୍ରଣା କେବେ ଗୋଲାପି ଗୋଲାପି ପ୍ରେମର ଛୁଆଁ
ସେଇ ନୀଳ ନିଶା ଭାଙ୍ଗ ପଣା ଭଳି ପିଆଇ ଯେ ଦିଏ ଫଗୁଣ ତା ନାଆଁ ା
ଫଗୁଣ ସକାଳ ଫଗୁବୋଳା ବାଆ ଆସିଛି ସତେ କି କେଉଁ ପୁରରୁ
ସରିବା ଆଗରୁ ଭୋଗି ନବା ଥରେ ମୁହୂର୍ତ୍ତଟିଏ ଜୀବନ ଭିତରୁ ା

