Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Inspirational Others

3  

Sunanda Mohanty

Abstract Inspirational Others

ପୌଷ ସପ୍ତମୀ

ପୌଷ ସପ୍ତମୀ

1 min
7


ଶୁଭଦା ଭବନ୍ତୁ ପରିକ୍ରମା ଜଗନ୍ନାଥାୟ

ମହାବାହୁ ତୁମ୍ଭ ଯଶ ରହୁ

ଐତିହାସିକ ସମାରୋହର ଗହଗହ ନାଦ

ମନ ହୃଦୟ ପୂର୍ଣ୍ଣତା ପାଉ

ସଂକଳ୍ପ ପ୍ରକଳ୍ପ ସ୍ଥାୟୀ ସବୁଦିନ ପାଇଁ

ଶ୍ରୀକ୍ଷେତ୍ର ଏମିତି ମନ ମୋହୁଥାଉ

ଦିବ୍ୟ ଦର୍ଶନ ଚତୁଃପାର୍ଶ୍ୱ ପରିଚ୍ଛର୍ଣ୍ଣ ଏମିତି

ସବୁବେଳେ ରହିଥାଉ

ସେବକ ସେବାୟତ ପରିପୂର୍ଣ୍ଣତା ଭାରେ ଭରି

ଔପଚାରିକତା ଛାଡ଼ି ହୃଦୟ ଦେଉ

ଚିତା ଚୈତନ୍ୟ ଆଧ୍ୟାତ୍ମିକମୟ ଦର୍ଶନ

ପ୍ରାଧାନ୍ୟ ପ୍ରଧାନ ହେଇଥାଉ

ଗଜପତି ଆଜି ସମର୍ପିତ ଲୋକାର୍ପିତ 

ପ୍ରଭୁହେ ତୁମ ଯଶ ରହୁ

ମନ ପ୍ରାଣ ଧନ ଦେଇ ଯେଉଁ ଭକ୍ତ ଜନ

ସଫଳେ ସାଫଲ୍ୟ କଲେ ବର ପାଉ

ସ୍ମରଣୀୟ କାର୍ଯ୍ୟକ୍ରମ ଆଗକୁ ବଢିବ

ଆଶ୍ରିତ ଆଶ୍ରୟ ଯୁଗ୍ମ ସଂଖ୍ୟା ହେଉ

ଥରଟିଏ ଏଠି ପାଦ ରଖିଦେଇ ଭକ୍ତ

ବୈକୁଣ୍ଠ ପ୍ରାପ୍ତ ହେଇ ମୁକ୍ତି ପାଉ 

ଆବେଗ ଉଦବେଗ ସମ୍ଭବ ହେଲା

ପ୍ରଭୁଙ୍କ ଏ କରୁଣା ରହିଥାଉ

କୃପା କରୁଣାର ଯୁଗେ ଯୁଗେ ଜୟକାର

ଦୁଃଖୀର ଦୁଃଖ ଦୂର ହେଉ

ଇତିହାସ ହୋଇ ପ୍ରକଳ୍ପ ରହୁ ସୌନ୍ଦର୍ଯ୍ୟ

 ଭାଇଚାରାର ଐକ ରହୁ

ପତିତପାବନ ବାନା ଉଡି ଉଡି କହେ

ମେଘନାଦ ସଙ୍ଗେ ଭକ୍ତର ଭାବ ରହୁ

କୃପା ପ୍ରେରଣାର ବୀଜ ଅଙ୍କୁରିତ ହୋଇ

ମନକୁ ମନୋଜ୍ଞ କରୁଥାଉ।


Rate this content
Log in

Similar oriya poem from Abstract