ପାଠ ଶାଠ କାଠ
ପାଠ ଶାଠ କାଠ
ଗାଧୋଇବା ପାଇଁ ତୁଠ
ପାଣି ଯିବାପାଇଁ ଶୋଠ ll
ଅଜା ଚିରୁଛନ୍ତି କାଠ
ଆଈ ବାଟୁଅଛି ପିଠ ll
ଚାରି ଦୁନେ ହୁଏ ଆଠ
ରଘୁ ସାହୁ ଜଣେ ଶେଠ ll
ଖରଚ ପାଇଁସେ ଜାଠ
ଯାଏନି ମନ୍ଦିର ମଠ ll
ଠକିଦେଲା ତାକୁ ଶଠ
ଡାକିନେଇ ଦେବୀ ପୀଠ ll
ପିଠିକୁ ପାଉନି ମାଠ
ଶୀତରେ ଫାଟିଛି ଓଠ ll
ମାଆ ଡାକେ ଉଠ ଉଠ
କର ନାହିଁ ଜମା ମଠ ll
ମନଦେଇ ପଢ ପାଠ
ପାଠ ସାଙ୍ଗେ ଶିଖ ଶାଠ ll
