ପାଣି
ପାଣି
ପାଣି ପକୃତି ରାଣୀର ସେତ ପାଦୁକ ପାଣି
ପାଣି ଶିଶିର ବୁନ୍ଦା କେବେ ବରଷା ରାଣୀ
ପାଣି ନଈ ନଳ ସାଗର ଝରଣା ଝର
ଝରୁଥାଏ ଗାଇ ଗାଇ ରାଗ ରାଗିଣୀ ।।
ଅମୂଲମୂଲ ଏପାଣି ପାଣି ଆମ ଜୀବନ
ପାଣି ଯୋଗୁଁ ସବୁଜିମା ହସେ ସାରା ଭୂବନ
ପାଣି ଟୋପା ଖୋଜି କିଏ ଯାଏ ଦୂର ମୂଲକ
ପାଣି ପାଇଁ ଆଖିରେ କା ପଡେ ନାହିଁ ପଲକ
ପାଣି ପାଇଁ ହନ୍ତସନ୍ତ କତେ ମାଆ ଭଉଣୀ ।।
ପାଣିକୁ ସଞ୍ଚିଲେ ଆମେ ଭଲରେ ବଞ୍ଚିବା
ବରଷା ଜଳକୁ ଆମେ ଯତନେ ସଞ୍ଚିବା
ପାଣି ଅପଚୟକୁତ ଆସ ଆମେ ରୋକିବା
ପାଣି ସଞ୍ଚିବାର ବାଟ ସଭିଙ୍କୁତ କହିବା
ପାଣି ପାଇଁ ଲେଖିବାରେ ଆମେ ନୂଆ କାହାଣୀ ।।
