Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Children

4.0  

DILIP KUMAR SAHOO

Children

ପାଦ

ପାଦ

1 min
261


  


  

  ବାପା ବୋଉଙ୍କର ହାତ ଧରି ମୁଁ ତ

  କୁନିପାଦେ ମୋର ଚାଲି ଶିଖିଲି

  ଠୁକୁଠୁକୁ ହୋଇ ଘର ଅଗଣାରେ

  ନାଚିକୁଦି କେତେ ଘୁରି ବୁଲିଲି।


 ପାଦଛନ୍ଦି କେତେ ନାଚ ମୁଁ ନାଚିଲି

  ଗୀତ ସୁରେସୁରେ ଝୁମି ମୁଁ ଗଲି

  ପଡିଲି ଉଠିଲି ଦଉଡିଲି ପୁଣି

  ଖୁସିହୋଇ କେତେ ଡିଆଁ ମାରିଲି ।


  ସମୟ ସାଥିରେ ତାଳଦେଇ ମୁଁ ତ

  ନିଇତି ଚାଲୁଛି ପାଦ ମିଳେଇ

  ପ୍ରଭୁଙ୍କ କୃପାରୁ ପାଦ ମୋର ଯାଏ         

   ଆଗକୁ ଆଗକୁ ନିତି ଆଗେଇ ।


  ରାତି ନପାହୁଣୁ ପାଦ ଦୁଇ ମୋର

  କାମ କରିବାକୁ ହୁଏ ଚଞ୍ଚଳ

  ନୀରବି ଯାଏସେ କ୍ଲାନ୍ତହୋଇ ଯେବେ

   ଆଖିରେ ଆସଇ ନିଦ ବହଳ ।


 ମାଟିକୁ ତ ଛୁଇଁ ମନଛୁଆଁ କେତେ

  କାହାଣୀ ବଖାଣେ ଏ ପାଦ ଦୁଇ

  ଦିଗ ଚଉଦିଗ ବୁଲୁଛି ଘୂରୁଛି

  ଦେଖିଛି ଦୁନିଆ ଏ ପାଦ ପାଇଁ ।


  ପାଦ ପାଇଁ ମୁଁ ତ ଅଣ୍ଟାକୁ ସଳଖି

  ଆଜିଯାଏ ପରା ହେଉଛି ଠିଆ

  ପାଦ ପାଇଁ ମୋର ବାଟ ଚାଲୁଛି ମୁଁ

  ମନ ଖୁସିରେ ମୋ ଫୁଲେଇ ହିଆ ।


  ଯୋଡି ବେନି ହାତ କରେ ମୁଁ ମିନତି

  କାଳିଆ ଠାକୁର ହେ ଚକାଆଖି

   ଚାଲିବି ଚାଲିବି ନପଡିବି ଥକି

  ମୁଦିବା ଆଗରୁ ମୋ ଦୁଇ ଆଖି ।

  

   

  


Rate this content
Log in

Similar oriya poem from Children