STORYMIRROR

Asisa kumar Bal

Classics

4  

Asisa kumar Bal

Classics

ଓଡ଼ିଶାର ପରିଚୟ

ଓଡ଼ିଶାର ପରିଚୟ

1 min
315

ଯେଉଁ ରାଇଜରେ ଜନମ ଲଭିଲି

ନାମଟି ତାର ଓଡିଶା,

ଓଡ଼ିଆ ବୋଲିମୁ ଗରବେ ବୁଲୁଛି

କାଳିଆ ସାହା ଭରସା। ୧

ଓଡ଼ିଶା ନାମଟି ଜଗତରେ ସାର

କାହିଁକି ବଖାଣେ ଶୁଣ,

ଦୁନିଆରେ ବଡ଼ ଖୋଲା ମଞ୍ଚ ଯାତ୍ରା

ଧନୁ କରି ଆୟୋଜନ। ୨

ସବଠୁ ପୁରୁଣା ନୃତ୍ୟଯେ ଓଡ଼ିଶୀ

ଭାରତ ବର୍ଷରେ ଜାଣ,

ଏସିଆର ସର୍ଵ ବୃହତ ଗ୍ରାମଟି

ଢେଙ୍କାନାଳର ଭୁବନ।। ୩

କୋଣାରକ ନାଁ ଜଗତେ ଖ୍ୟାତ ଲୋ

ଲାଙ୍ଗୁଳା ସୁର୍ଯ୍ୟ ମନ୍ଦିର,

ମୟୁରଭଞ୍ଜରୁ ମିଳିଛି ଦୁନିଆ

ସର୍ଵ ପୁରୁଣା ପଥର। ୪

ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଷାଠିଏ ବର୍ଷ ଯେ

ଭାବିଥିଲେ ଆକ୍ରମଣ।

କଳିଙ୍ଗ ସେନାର ବିରତ୍ବ ଆଗରେ

ନଇଁଲା ମସ୍ତକ ଜାଣ। ୫

ଜଗତ ପ୍ରସିଦ୍ଧ ରସଗୋଲାର ଯେ

ଓଡ଼ିଶା ଏନ୍ତୁଡ଼ି ଶାଳ

ସବୁଠାରୁ ବଡ଼ ରୋଷେଇ ଘର ଯେ

ଅଟଇ ବଡ ଦେଉଳ। ୬

ମନ୍ଦିର ମାଳିନୀ ଭୁବନେଶ୍ୱର ଯେ 

ପୃଥିବୀ ରେ ନାଁ ଡାକ।

ସମ୍ବଲପୁରର ହୁମାମନ୍ଦିର ଯେ

ଦୁନିଆର ବକ୍ର ଏକ। ୭

ମାଣିଆବନ୍ଧ କି ସମ୍ବଲପୁରୀ ଯେ

ଶାଢ଼ୀ ସେତ ଓଡ଼ିଶାର

ବିଦେଶ ରାଇଜେ କେତେ ଆଦରଲୋ

ଫିଟାଏ ଗରବ ମୋର। ୮

ବିଶ୍ୱରେ ପଞ୍ଚମ ଦୀର୍ଘ ନଦୀବନ୍ଧ

ଅଟଇଜେ ହୀରାକୁଦ।

ଭାରତ ବର୍ଷର ପୁରାତନ ପୋଥି

ଅଟଇ ଗୀତ ଗୋବିନ୍ଦ। ୯

ଗହୀର ମଥା ଓ ଭିତରକନିକା

କଇଁଛ କୁମ୍ଭୀର ଚାଷ

ବେଦବ୍ୟାସ ଠାରେ ମହାଭାରତ ଯେ

ଲେଖିଥିଲେଟି ଗଣେଶ। ୧୦

ଧଉଳି ଗିରିରେ ଚଣ୍ଡାଶୋକ ପୁଣି

ହୋଇଥିଲେ ଧର୍ମାଶୋକ।

ବୋଉଧ ଧର୍ମ କୁ ଅପଣାର କରି

ଗଢ଼ିଥିଲେ ଶାନ୍ତିସ୍ତୁପ। ୧୧

ସିଂହଳ ଦୀପଯେ ହୋଇଛି ନାମିତ

ରାଜା ଜୟ ସିଂହ ନାମେ।

ଆକାଶ, ପୃଥିବୀ, ଅଗ୍ନି କ୍ଷେପଣାସ୍ତ୍ର

ଚାନ୍ଦିପୁର କୁ ବଖାଣେ। ୧୨

ବିଶ୍ଵ ଇସିପାତ ରାଜଧାନୀ ଟିଲୋ

ଅଟେ କଳିଙ୍ଗ ନଗର

ମହର୍ଷି ବ୍ୟାସଙ୍କ ତପୋ ଭୂମି ସେତ

ନାମଟି ବ୍ୟାସନଗର। ୧୩

କେଡ଼େସୁନ୍ଦର ମୋ କାଳିଆ ଦିଅଁ ଲୋ

ସଂସାରେ ବଡ ଠାକୁର,

ସୁନ୍ଦର ସୁନ୍ଦର ଜଗତେ ସୁନ୍ଦର

ସୁନ୍ଦର ସେ ବଂଶୀଧର। ୧୪

ଏମିତି ରାଇଜ ଦୁନିଆ ଭିତରେ

ଆଉ କେଉଁଠି ମିଳିବ

ଏମାଟି କୋଳର ଆପଣା ପଣେ ଲୋ

ମଥା ଆପେ ନଇଁଯିବ। ୧୫


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics