ପ୍ରେମ
ପ୍ରେମ
1 min
190
ଭାବନାର ପରିସୀମା ଡେଇଁ
ଯେବେ ମୁଁ ଉଙ୍କିମାରେ
ପାଏ କେବଳ ହାହାକାର
ଓ କୁହୁଡ଼ିର ବଳୟ
ଚଉହଦି ସେପାଖେ
ଧମ୍ ଧମ ନାଚକରେ
କୁଝଟିକାର ବାବନା ଭୂତ
ମନରେ ବସାବାନ୍ଧେ
ଏକ ଦାରୁଣ ନିଦାଘର
ଭୟଙ୍କର କାଳବୈଶାଖୀ
ପ୍ରକୃତିର ଏ ବିଡମ୍ବନାରୁ
ଯେବେ ପ୍ରକୃତିସ୍ଥ ହୁଏ
ଝରକା ଏପାଖେ ଜୀବନ
ଜିଇଁବାର ବ୍ୟର୍ଥ ପ୍ରୟାସ
ଦୁଃଖ ଓ ବିପଦର କଷଟି ପଥରରେ
ଦିକି ଦିକି ଜଳୁଥିବା ଜୀବନ ସଲିତା
ତା ଭିତରୁ ବସନ୍ତର ମଳୟ ସାଙ୍ଗରେ
କାଶତଣ୍ଡୀର କୋମଳ ସ୍ପର୍ଶ
ଯାହା ନିଦାଘର ତତଲା ବାଲିଠୁ
ମୋ ଭାବନା କୁ ଦୁର କରେ
ତାହାର ମଧୁର ନାମ ହେଉଛି
ପ୍ରେମ ପ୍ରେମ ପ୍ରେମ ।
