STORYMIRROR

Panchanan Jena

Inspirational

3  

Panchanan Jena

Inspirational

ନୂଆ ବର୍ଷ ଟ୍ୱେଣ୍ଟି ଟ୍ୱେଣ୍ଟି

ନୂଆ ବର୍ଷ ଟ୍ୱେଣ୍ଟି ଟ୍ୱେଣ୍ଟି

1 min
402

 ସକାଳୁ ମୁଁ ଉଠିଲା ବେଳକୁ

 ନୂଆ ବର୍ଷ ଟ୍ୱେଣ୍ଟି ଟ୍ୱେଣ୍ଟି ଆସିଲାଣି

ନବାରୁଣର ଗୋଲାପି କିରଣ ରାଜି

 ପତ୍ରର ଫାଙ୍କରୁ ମହଳିଆ ଝରିଲାଣି |

ଆଖି ମଳି ମଳି ଦେଖିଲି

ଝାପସା ଝାପସା ଚାହିଁଲି

ସବୁ ଖାଲି ନୀତିଦିନିଆ ପୁରୁଣା

ସେହି ଗଛ ଲତା ଓ ଅଗଣା

କିଛିବି ନାହିଁ ନୂଆ

ସବୁତ ସେମିତି ଥୁଆ

ଢାଳେ ପାଣିରେ ମୁଁହ ଧୋଇଲି

ଦାଣ୍ଡକୁ ଆସିଲି

ନୂଆବର୍ଷ କେମିତି ପସରା ମେଲିଛି ଦେଖିବି ବୋଲି ?

ଗଦା ରାଉତ ବଡି ଭୋରରୁ ଗଲାଣି ହଳକୁ

ମଡି ବେହେରା ପାନ ବରଜରେ ଦେଉଥିବ ଜଳ

ହୀନା ମା’ ଗୋବର ଗୋଟେଇ ଗଲାଣି

ଫେନ୍ତି ଅପା ମୁଢି ଭାଜି ଚାଲିଛି

କାହିଁ କାହିଁ ?

 ନୂଆବର୍ଷର କିଛି ଶୋର ଶବଦ ନାହିଁ?

ବଡ ହେଲାପରେ ବୁଝିଲି

ଜ୍ଞାନ ଚକ୍ଷୁରେ ଦେଖିଲି

ପାଶ୍ଚାତ୍ୟ ସଭ୍ୟତାର ସହରୀ ମଣିଷର

ଆର୍ଥିକ ସ୍ଵଛଳ ବୁର୍ଜୁଆଁ ମସ୍ତିସ୍କରୁ ନିର୍ଗତ ଏକ ପନ୍ଥା

ପଇସା ଥିଲେ ଗୋସେଇଁ ବାପାର ଶ୍ରାଦ୍ଧ ଦେବାଭଳି ଏକ ପ୍ରଥା

ଦୀନଦୁଃଖୀ ନିରିମାଖୀ ନିରୀହ ମଣିଷ

ଦୁଇ ଓଳି ପେଟ ପାଇଁ କରୁଛି ସଂଘର୍ଷ

ପେଟେ ନାହିଁ ଦାନା ଦେହେ ନାହିଁ କନା

କାହିଁସେ ପାଳିବ ଏ କୁସୁମ-କଳ୍ପନା

ଜୀବନ ତମସାରେ ବହୁନି ସୁଖର ଧାରା

କାହୁଁ ବା ମିଳିବ ନୂଆବର୍ଷ ଟ୍ୱେଣ୍ଟି ଟ୍ୱେଣ୍ଟିର କୂଳ –କିନାରା ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational