STORYMIRROR

Arjuni charan Behera

Inspirational

4  

Arjuni charan Behera

Inspirational

ନମସ୍ତେ ଦେବ ଭାସ୍କର

ନମସ୍ତେ ଦେବ ଭାସ୍କର

1 min
343

ନମସ୍ତେ ଦେବ ଭାସ୍କର ନମଃ ଦିନନାଥ l

ନିଶି ନାଶଗଲା ଏବେ ହୋଇଛି ପ୍ରଭାତ ll


ସର୍ବପ୍ରାଣୀ ସୁଷୁପ୍ତିରୁ ହୋଇଲେ ଜାଗ୍ରତ l

ତଵ ଆଗମନେ ସାରା ସୃଷ୍ଟି ପୁଲକିତ ll


ମନ୍ଦେ ମନ୍ଦେ ବହୁଅଛି ମୃଦୁ ସମୀରଣ l

ଭ୍ରମରେ ଭ୍ରମନ୍ତି ଭ୍ରମେ କରି ଗୁଞ୍ଜରଣ ll


କାଆକାଆ ରବେ ଉଡ଼ି ବାୟସ ଡଗରା l

ବଜାଇଦେଲେଣି ଭବେ ପ୍ରଭାତୀ ନାଗରା ll


ଦେବାଳୟୁ ଭାସି ଆସେ କୀର୍ତ୍ତନ ରାଗିଣୀ l

ଧୂଳି ଶେଯ ତେଜିଲେଣି ସତୀ ଠାକୁରାଣୀ ll


କଳିଙ୍ଗଦେଶେ ଜନମ ହେ କାଶ୍ୟପ ସୂତ l

ଅର୍କ ତୀର୍ଥ କୋଣାରକ ବିଶ୍ୱରେ ବିଖ୍ୟାତ ll


ସକଳ ସୃଷ୍ଟି ଆଧାର ଦେବ ଦିବାକର l

ବିଶ୍ୱ ଚକ୍ଷୁ ବିଶ୍ୱ ତଵ ଅତୀବ ସୁନ୍ଦର ll


ଆଦି ଆଦିତ୍ୟଦେବ ହେ ସୃଷ୍ଟିର କାରଣ l

ନିରନ୍ତରେ ନିରଞ୍ଜନ ବ୍ରହ୍ମାଣ୍ଡେ ଭ୍ରମଣ ll


କ୍ରମେ ଦିବା ବୃଦ୍ଧିହୁଏ ଆଲୋକିତ ଧରା l

ମାଡ଼ି ଆସୁଅଛି ଧୀରେ ଧୀରେ ଟାଣଖରା ll


ସପ୍ତାଶ୍ୱ ବାହନ ରଥେ ସାରଥୀ ଅରୁଣ l

ନମଃନମଃ ଛାୟାପତି ସୂର୍ଯ୍ୟନାରାୟଣ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational